ଶହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତ ଭୂମିପୂଜା

10

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଝୁଲୁନିବାହାର ପାର୍କ ପରିସରରେ ସୋମବାର ଶହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ମାଥିଲି ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ତା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭୂମିପୂଜା କରିଥିଲେ । ଆଦିବାସୀ ଇଲାକାର ସ୍ବାଧିନତା ସଂଗ୍ରାମୀ ତଥା ଦେଶ ର ବୀରନେତା ଶହିଦ ଲକ୍ଷ୍ମଣ ନାୟକଙ୍କ ୬୦ ପୁଟ ର ବିରାଟ କାୟ ପ୍ରତିମୂର୍ତ୍ତି ନିର୍ମାଣ ହେବ । ବୀରପୁତ୍ରଙ୍କ ସଂଗ୍ରାମର ମହତ୍ତ୍ବକୁ ଗୁରୁତ୍ବ ଦେଈ ତାଙ୍କ ପ୍ରତିମୂର୍ତ୍ତି ଗଢିବାକୁ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଯୋଜନା କରିଛନ୍ତି । ତେବେ ରୀତିନୀତି ଅନୁଯାୟୀ ଭୂମିପୂଜା ଆୟୋଜିତ ହୋଇଥିଲା । ମାଟିକୁ ପୂଜା କରି ପ୍ରତିମୂର୍ତ୍ତି ସଫଳ ହେଉ ବୋଲି ବିଧାୟକ ବାକା ମନାସୀଥିଲେ । ଏହାସହିତ ନିଜେ କଦାଳ ଧରି ମାଟି ବାହାର କରିଥିଲେ ବିଧାୟକ ବାକା । ଏଥିରେ ଅନ୍ୟ ତମ ଅତିଥି ଭାବେ ମାଥିଲି ବିଡିଓ ହୃଷୀକେଶ ଗଣ୍ତ , ବ୍ଲକ ଉପାଧ୍ୟକ୍ଷା ଦେବକୀ ଦଳେଈ , ସରପଞ୍ଚ କାନାମ ରାଜୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥିଲି ସମିତିସଭ୍ୟ ବାଲରାଜୁ କପେ , ଉଦୁଲିବେଡା ସମିତିସଭ୍ୟ ରାମ ବାବୁ , ମାଥିଲି କନିଷ୍ଠଯନ୍ତ୍ରୀ ନିହାର ରଞ୍ଜନ ସରକାର , ପିଇଓ ଅଶୋକ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More