ଶହୀଦ ମିନାର ପରିସର ସଫେଇ କଲେ ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା

11

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ଠାରେ ବ୍ଲକ ସାମ୍ବାଦିକ ସଂଘ ତତଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ସାମ୍ବାଦିକ ସଂଘ ସଭାପତି ଏନ. ଜନାର୍ଦନ ରାଓଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଯୋଗ ଦେଇଥିଲେ | ଅଗଷ୍ଟ 24 ଶହୀଦ ଦିବସ ପାଳନ ହେବା ପରେ ଅଳିଆ ଆବର୍ଜନା ରେ ଭରି ହୋଇ ରହିଥିଲା ଶହୀଦ ମିନାର |ଶହୀଦ ମିନାର ପରିସର ରେ କୁଢ କୁଢ ଆବର୍ଜନା ଓ ମଦ ବୋତଲ ପଡିରିହିଥିବାରୁ ଏହାର ପରିବେଶ ଅସୁନ୍ଦର ସହ ଶହୀଦ ମାନଙ୍କ ପ୍ରତି ଏକ ପ୍ରକାର ଅସମ୍ମାନ ପ୍ରଦର୍ଶନ ହୋଇଥିଲା | ଏପରି ଅସମ୍ମାନ କୁ ସହ୍ୟ କରି ନ ପାରି ସାମ୍ବାଦିକ ସଙ୍ଘର ସମସ୍ତ କର୍ମକର୍ତା ଆଗେଇ ଆସିଲେ ସଫେଇ କରି ପରିବେଶକୁ ସୁନ୍ଦର କରିବା ପାଇଁ। ଏ ଅଗଷ୍ଟ 24 ଶହୀଦ ଦିବସ ପାଳନ କରାଯିବା ପରେ ଆଜି ପର୍ଯ୍ୟନ୍ତ ମହାପୁରୁଷ ଶୁଖିଲା ଫୁଲ ମାଳ ଝୁଲୁ ଥିବା ଦେଖିବାକୁ ମିଳିଥିଲା | ଶହୀଦ ମିନାର ପରିସର ସଫେଇ କରାଯାଉନଥିବାରୁ ଆବର୍ଜନା ହୋଇ ପଡ଼ି ପୂତିଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଥିଲା | ଏନେଇ ଗଣ ମାଧ୍ୟମ ଖବର ପ୍ରକାଶ ହେବା ପରେ ମଧ୍ୟ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ପଡୁନଥିଲା | ବ୍ଲକ ସାମ୍ବାଦିକ ସଙ୍ଗ ଶହୀଦ ଙ୍କୁ ସମ୍ମାନ ଜଣେଇ ଶହୀଦ ପରିସର କୁ ସଫେଇ କରିଥିଲା |ଉକ୍ତ ସଫେଇ କାର୍ଯ୍ୟକ୍ରମ ରେ ବ୍ଲକ ସାମ୍ବାଦିକ ସଙ୍ଘ ସମ୍ପାଦକ ନନ୍ଦ କୁମାର ବିଷୋୟୀ, ଗୌତମ ଆଗୱାଲ, ପ୍ରବୀଣ ସତାନାମୀ, ତ୍ରିନାଥ ଅମନାତ୍ୟ,ଏମ ଡି ଗୁଫରାନ, ସିଦ୍ଧାର୍ଥ ଜୋଏଲ, ଦିପୁ ଦାସ, ଗୁରୁପ୍ରସାଦ ପଣ୍ଡା, କିଶୋର ବିଷୋୟୀ, ଓମ ପ୍ରକାଶ ଦାସ,ଶେଖ୍ ମୁସ୍ତାକ, ବିଜୟ ନାୟକ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଭି. ବିକାଶ ରାଓ, ରାଜକିଶୋର ରାଓ, ସୁଶାନ୍ତ ବେହେରା, ଗୋଷ୍ଟି ପରିମଳ ସଂଯୋଜକ ରଞ୍ଜନ ମହାଙ୍କୁଡ଼ ପ୍ରମୁଖ ସହଯୋଗ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More