ଶହୀଦ ମିନାରରେ ଶହୀଦ ଦିବସ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପାପଡାହାଣ୍ଡି ଶହୀଦ ମିନାର ଠାରେ ଶହୀଦ ଦିବସ ପାଳିତ ହୋଇଜାଇଛି! ନବରଙ୍ଗପୁର ଶାସ୍ତ୍ରୀ ଭବନ ରୁ ଶହୀଦ ମଶାଲ ଆସି ଟୁରୀ ନଦୀ ନିକଟରେ ପହଁଚିଥିଲା । ଏହି ଶହୀଦ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ନବରଙ୍ଗପୁର ଏସପି ଏସ ସୁଶ୍ରୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଶହୀଦ ସଙ୍ଘ ସଭାପତି ମୁନା ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଲିପିକା ବାରୋଇ ପ୍ରମୁଖ ଉପସ୍ଥିତ ରହି ଶହୀଦ ମାନଙ୍କୁ ସମ୍ମାନ ଜଣାଇବା ସହ ତାଙ୍କର ଜୀବନୀ ଏବଂ ଦେଶ ପାଇଁ ବଳିଦାନ ସମ୍ପର୍କରେ କହିଥିଲେ । ପରେ ଶହୀଦ ପରିବାର 29 ଜଣ ଦାୟାଦଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅଗଷ୍ଟ 24 ତାରିଖ ଶହୀଦ ଦିବସ ରେ ନବରଙ୍ଗପୁର ଜିଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More