ଶହଶହ ଜବକାର୍ଡ ରଦ୍ଧ , ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ , କିନ୍ତୁ ମିଳିଲାନି ସୁଫଳ

20

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : -କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ କଚ୍ଚାରପଡା ଓ ବାବେକୋହରା ଗ୍ରାମର ଶହଶହ ହିତାଧିକାରୀଙ୍କ ଜବକାର୍ଡକୁ ସେମାନଙ୍କ ଅଜାଣତରେ ରଦ୍ଧ କରିଦିଆଯାଇଛି l ଏ ନେଇ ଶ୍ରମିକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି l ଅଭିଯୋଗ ଅନୁଯାଇ ଦାୟିତ୍ୱରେ ଥିବା ପଞ୍ଚାୟତ ଓ ବ୍ଲକ କର୍ମଚାରୀ ସେମାନଙ୍କୁ ନଜଣାଇ ଜବକାର୍ଡ ରଦ୍ଧ କରିଦେଛନ୍ତି l ଫଳରେ ସରକାରଙ୍କ ମନୋରେଗା ଯୋଜନାରେ ଗରିବ ନିରୀହ କାର୍ଡ ଧାରୀ ଶ୍ରମିକମାନେ କାମ ନପାଇ ଭିଟା ମାଟି ଛାଡି ଅନ୍ୟ ରାଜ୍ୟକୁ ଦାଦନ ମୁହାଁ ହେଉଛନ୍ତି l ଏଥି ପ୍ରତି ପ୍ରଶାସନ ଧ୍ୟାନ ନଦେଲେ ଆଗାମୀ ସମୟରେ କଳାହାଣ୍ଡିରେ ଦାଦନ ସମସ୍ୟା ଉଗ୍ରରୂପ ନେବ l ଅନ୍ୟ ପଟେ ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ସରକାରୀ କର୍ମଚାରୀଙ୍କ ନାଁରେ ଜବକାର୍ଡ ଏବଂ ଲକ୍ଷାଧିକ ଟଙ୍କାର ଆତ୍ମସାତ l ଯେଉଁମାନେ ପ୍ରକୃତ ଶ୍ରମିକ ଓ ବର୍ଷତମାମ କାମକରି ପରିବାର ପ୍ରତିପୋଷଣ କରନ୍ତି ସେମାଙ୍କ ଜବ କାର୍ଡକୁ ଜାଣିଶୁଣି ରଦ୍ଧ କରାଯାଇଥିବା l ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି l ଗରିବ ଲୋକଙ୍କ ଜବକାର୍ଡ ପୁନଃ ଚାଲୁ କରିବା ସହ କାମ କରୁ ନଥିବା ଲୋକଙ୍କ ନାଁରେ ଥିବା ଜବକାର୍ଡ ରଦ୍ଧର ଉଚିତ ତଦନ୍ତ କେବେହୋଉଛି ଦେଖିବାକୁ ବାକି ରହିଲା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More