ଶଶୁର ଘରେ ସ୍ତ୍ରୀକୁ ହାଣି ଆତ୍ମହତ୍ୟା କଲା ସ୍ୱାମୀ

17

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲାପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ। ଏଭଳି ଏକ ବିଭତ୍ସ ଘଟଣା ଘଟିଛି ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ଜଣକ ସମ୍ବଲପୁର ଜିଲ୍ଲା ଚିପିଲିମା ଅଂଚଳର ସନ୍ତୋଷ ଗଣ୍ଡ ହୋଇଥିବା ବେଳେ ଗୁରୁତର ଥିବା ତାଂକ ପତ୍ନୀ ହେଲେ ପାଲିଗାଁର ରଂଜିତା ଗଣ୍ଡ l ଆଜି ସକାଳୁ କୌଣସି ଏକ କାରଣରୁ ପାଲିଗାଁସ୍ଥିତ ରଂଜିତାଂକ ବାପ ଘରେ ଉଭୟ ସ୍ବାମୀ ଓ ସ୍ତ୍ରୀଂକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନ୍ତୋଷ ରଂଜିତାଂକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ତାଂକ ଭୁଜାଲି ଆକ୍ରମଣରେ ରଂଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲାବେଳେ ପରିବାର ଲୋକେ ଆମ୍ବୁଲାନ୍ସ ରେ ଡାକ୍ତରଖାନା ଇଣିଥିଲେ । ରଂଜିତାକୁ ଗୁରତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଂଜିତାଂକ ଅବସ୍ଥା ଏବେ ସ୍ୱାଭାବିକ ରହିଛି । ସେପଟେ ସନ୍ତୋଷ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି ।ବୀରମହାରାଜପୁର ପୋଲିସ ଖବରପାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ମଧ୍ଯ ପହଞ୍ଚିଥିବା ସୁଚନା ମିଳିଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More