ଶଳାକୁ ହତ୍ୟା କଲା ଭିଣୋଇ

9

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଶଳାକୁ ଟାଙ୍ଗିଆରେ ହାଣିଲା ଭିଣୋଇ । ମୃତକ ହେଲେ ଲଇଡା ଗ୍ରାମର ଶ୍ରୀକାନ୍ତ ସେଠି । ହତ୍ୟାକାରୀ ଜ୍ବାଇଁ ହେଲା ଗୋପାଳପୁର ଡାଙ୍ଗସାହିର ମାନୁ ସେଠି(ବଜେଖାନ) । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋପାଳପୁର ନିଜ ଭିଣୋଇ ଘରକୁ କିଛି ପାରିବାରିକ ସମସ୍ୟାର ସମାଧାନ ପାଇଁ ଲଇଡା ଗ୍ରାମର ଶ୍ରୀକାନ୍ତ ସେଠି ଆସିଥିଲେ । ଶଳା ଓ ଭିଣୋଇଙ୍କ ମଧ୍ୟାରେ ବଚସା ହୋଇଥିଲା । ଫଳରେ ଭିଣୋଇ ବାଜେଖାନ ସେଠି ଉତକ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ନିଜ ଶଳାକୁ ବିଭତ୍ସ ଭାବେ ହତ୍ୟା କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ସେଠାରେ ଶ୍ରୀକାନ୍ତଙ୍କ ଜୀବନ ଯାଇଥିଲା । ଅନ୍ୟପଟେ ହତ୍ୟା କରି ଫେରାର ହୋଇଯାଇଛି ବାଜେଖାନ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀକୁ ଧରିବାକୁ ଉଦ୍ୟମ କରୁଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More