ପୁରୀ(ସଂଘର୍ଷ ମିଡିଆ) : ଶରଧାବାଲିରେ ଲାଗିଲା ଶ୍ରୀଜୀଉଙ୍କ ୩ ରଥ। ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ୩ ରଥ ପହଞ୍ଚିଛି। ତାଳଧ୍ବଜ ଓ ଦର୍ପଦଳନ ପରେ ଗହଳି ଲଗାଇ ପଛରେ ପହଞ୍ଚିଛନ୍ତି କାଳିଆ ସାଆନ୍ତ। ଆଜି ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ପୂର୍ବରୁ ଅନେକ ନୀତିକାନ୍ତି ଶେଷ କରାଯାଇଥିଲା। ଫଳରେ ସନ୍ଧ୍ୟା ୬ଟା ୩୪ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି ଶ୍ରୀଜୀଉଙ୍କ ୩ ରଥ।