ଶତାୟୁ ମାକୁ ଖଟିଆରେ ଟାଣି ଟାଣି ବ୍ୟାଙ୍କକୁ ଆଣିଲା ଝିଅ

9

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ସକାଳ ପ୍ରାୟ ସାଢେ ୯ଟା ହେବ ମୁଖ୍ୟ ରାସ୍ତା ଉପରେ ଜଣେ ଝିଅ ଏକ ବୟସ୍କ ମହିଳା କୁ ଟାଣି ଟାଣି ନେଉଥାନ୍ତି । ଖଟିଆ ରେ ଜରାଗ୍ରସ୍ତ ଜଣେ ବୃଦ୍ଧ ମହିଳା ଲଟକି ଯାଇଥିଲେ । ଲୋଚା କୋଚା ଶରୀର କ୍ଷୀନ ସ୍ୱର । ଖଟ ଟାଣିବା ସମୟ ରେ ବୃଦ୍ଧା ଜଣକ ଯନ୍ତ୍ରଣାରେ ଆଉଟୁ ପାଉଟୁ ହଉଥିଲେ ବି କିଛି କଥା କହି ପାରୁନାହାନ୍ତି । ମଝୀ ରାସ୍ତା ରେ ସ୍ପର୍ଶକାତ ଦୃଶ୍ୟ ସମସ୍ତ ଙ୍କୁ ବିଚଳିତ କରିଥିଲା । ଘଟଣା ପଛର ରହସ୍ୟ କଣ ବୋଲି ବୁଝୁ ବୁଝୁ ରେ ଜଣାପଡିଲା ମଧ୍ୟ ମହିଳା ଜଣକ ନିଜର ଶତାୟୁ ମା ଙ୍କୁ ବ୍ୟାଙ୍କ କୁ ନେଇ ଯାଉଛନ୍ତି । କରୋନା ମୁକାବିଲା ପାଇଁ ସରକାର ଜନଧନ ଆକାଉନ୍ତଧାରି ଙ୍କୁ ମାସିକ 5 ଶହ ଟଙ୍କା ର ସହାୟତା ରାଶି ପ୍ରଧାନ କରିଛନ୍ତି । ବିଗତ ୩ମାସ ଧରି ଆକାଉଣ୍ଟ ରେ ୧୫୦୦ଟଙ୍କା ଜମା ହୋଇଛି । ବ୍ୟାଙ୍କ କୁ ଗଲେ ହିତାଧିକାରୀ ନିଜେ ନଆସିବା ପର୍ଯ୍ୟନ୍ତ ଟଙ୍କା ଦିଆଜୀବନାହିଁ ବୋଲି କହିଛନ୍ତି । ହିତାଧିକାରୀ ଶତାୟୁ ଏବଂ ଶଜ୍ୟାଶାୟୀ କହିବା ସତ୍ବେ ସେ ବ୍ୟାଙ୍କ କୁ ନ ଆସିବା ପର୍ଯ୍ୟନ୍ତ ଟଙ୍କା ଦିଆ ଯିବନାହିଁ ବୋଲି ବ୍ୟାଙ୍କ କତୃପକ୍ଷ ରୋକଠୋକ ମନା କରିଥିଲେ । ଜରାଜୀର୍ଣ୍ଣ ବୃଦ୍ଧା ଙ୍କୁ ଉଠାଇ ବୋହି ନେବା ମଧ୍ୟ ସମ୍ଭବ ନ ଥିଲା ତେଣୁ ବାରମ୍ବାର ବ୍ୟାଙ୍କ ରୁ ନିରାଶ ହୋଇ ଫେରିବା ପରେ ମହିଳା ଜଣକ ନିଜ ମା କୁ ଖଟିଆ ରେ ଟାଣି ଟାଣି ନେବାକୁ ବାଧ୍ୟ ହେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ରେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More