ଶତାୟୁ ମହିଳାଙ୍କୁ ଖଟରେ ଘୋଷାରି ନେବା ଘଟଣା, ବ୍ୟାଙ୍କ ଶାଖା ପରିଚାଳକ ନିଲମ୍ବିତ

9

Get real time updates directly on you device, subscribe now.

ଖଡ଼ିଆଳ ( ସଂଘର୍ଷ ମିଡିଆ ) : : ଜନଧନ ଖାତାରେ ମିଳିଥିବା ୩ ମାସର ୧୫୦୦ ଟଙ୍କା ଉଠାଣ ପାଇଁ ଜଣେ ଶତାୟୁ ମହିଳାଙ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ଉପସ୍ଥିତ ହେବା ପାଇଁ କହିଥିବା ସଂପୃକ୍ତ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିରୋଧରେ ସୋମବାର କାର୍ଯ୍ୟାନୁଷ୍ଠାନ ହୋଇଛି। ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଅଜିତ କୁମାର ପ୍ରଧାନଙ୍କୁ ଆଜି ଏଥିପାଇଁ ନିଲମ୍ବିତ କରାଯାଇଛି। ଶତାୟୁ ବୃଦ୍ଧା ଲବେ ହରିଜନଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଇବା ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପ୍ରଧାନ କହିଥିଲେ। ଫଳରେ ଲବେଙ୍କ ୬୦ ବର୍ଷ ବୟସ୍କା ଝିଅ ପୁଞ୍ଜିମତୀ ଶିଖା ମା’ଙ୍କୁ ଏକ ଖଟିଆରେ ଶୁଆଇ ବ୍ୟାଙ୍କ ପର୍ଯ୍ୟନ୍ତ ଘୋଷାରି ଘୋଷାରି ଆଣିଥିବା ଖବର ସଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More