ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନସ୍ତ ଶଙ୍କରଡା ଗ୍ରାମରେ ମାଁ ଗିଲନୀ ମାତା ଠାକୁରାଣୀ ଙ୍କ ବାର୍ଷିକ ଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଗ୍ରାମର ସମସ୍ତ ସିରା, ପୂଜାରୀ, ଗାଉଁଟିଆ, ରଇତ ମିଶି ଉକ୍ତ ପର୍ବ ପାଳି ଥାଆନ୍ତି। ଏଇ ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଲରୁ ବହୁ ଜନ ସମାଗମ ହେବ ସହ ବଜାର ବସିଥାଏ। ଉକ୍ତ ଯାତ୍ରାରେ ଗ୍ରାମର ଓ ଗ୍ରାମ ପାଖର ଦେବ ଦେବୀ ମାନଙ୍କ ଲାଠି କୁର୍ଚି ଆସି ବଜାର ବୁଲୁ ଭକ୍ତ ମାନଙ୍କୁ ଦର୍ଶନ ଦେଇ ମାଁ ଙ୍କ ମନ୍ଦିର ରେ ପୂଜା ପାଇଁ ଥାଆନ୍ତି।ଯାତ୍ରା ସରିଲେ ନିଜ ନିଜ ନିଜ ଗ୍ରାମକୁ ଯେଉଁ ପତୁଆରରେ ଆସି ଥାଅନ୍ତି ସେହି ପରି ଆଦମ୍ବରରେ ମେଲାଣି ନେଇ ଥାଆନ୍ତି।ଏହି ଅବସରରେ ପୋଡାଗଡ଼ ସେବାୟତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେବା ଦେବୀ ମାନଙ୍କ ସମ୍ପର୍କ ରେ ବିଶେଷ ଭାବେ ଆଲୋଚନା ରଖି ସମସ୍ତଙ୍କୁ ମୋହିତ କରି ଥିଲେ।ଗ୍ରାମର ମୁଖ୍ୟ ପଙ୍କୁରାମ ଭତରା ଓ ଗୋପୀ ଗଣ୍ଡ ଏଇ ଯାତ୍ରା ସମ୍ବନ୍ଧ ରେ ବକ୍ତବ୍ୟ ରଖି ଥିଲେ। ୟୁ ଭି ଶଙ୍କରଡା ଯୁବକ ସଙ୍ଘ ନରେଶ ଦାସ,ଉକ୍ତ ଯାତ୍ରା କମିଟିର ସଭାପତି ସୁରୁ ଦାସ ଗଣ୍ଡ,ଉପ ସଭାପତି ବଲ ତାଡ଼ିଙ୍ଗି,ସମ୍ପାଦକ ବୁଦୁରାମ ସାନ୍ତା,ସହ ସମ୍ପାଦକ କେଶରୀ ସାନ୍ତା,କୋସାଧକ୍ଷ ଚକ୍ରଧର ଗଣ୍ଡ,ଉପଦେଷ୍ଟା ପର୍ଶୁରାମ ଭତ୍ରା,ଗୋପ ଗଣ୍ଡ ପ୍ରମୁଖ ଙ୍କ ସହ ଗ୍ରାମର କେଶରୀ ସାନ୍ତା,ତିଳ ସାନ୍ତା,ସୁକନାଥ ଭତ୍ରା,ଧନ ହନ୍ତାଳ,ମୁଲିଆ ତାଡିଙ୍ଗି,ସମରୁ ଗୌଡ଼,ଏଲଦୁ ମାଡିଙ୍ଗି,ଚୈତୁରାମ ମାଝୀ,ଭଗତ ଭତରା,ଧନ ସିଂ ଭତରା ପ୍ରମୁଖ୍ ଗ୍ରାମର ସମସ୍ତ ବ୍ୟକ୍ତିଙ୍କ ସହଯୋଗ ରେ ଉକ୍ତ ଯାତ୍ରା ସରସ ସୁନ୍ଦର ହୋଇ ଥିଲା। ରାତ୍ରିରେ ମନ ରଞ୍ଜନ ନିମନ୍ତେ ଦେଶିଆ ନାଟ୍ୟ ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।