ଵାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ; ୮୮ଟି ଅଭିଯୋଗରୁ ୩ ଫଇସଲା

17

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପରିସରରେ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ଯାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ/ଆଇଟିଡିଏ ଅଧିକାରୀ ଶ୍ରୀ ହେମନ୍ତ ସିଂ,ଏସଡିଏମଓ ଡାକ୍ତର ପ୍ରମୋଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜନଶୁଣାଣୀରେ ଅଭିଯୋଗକାରୀଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ବିଭାଗୀୟ ଅଧିକାରୀମାନେ ଉଚିତ ବିଚାର କରି ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଶିବିରରେ ବିଶେଶତଃ ଜମିଜମା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଶିକ୍ଷାନୁଷ୍ଠାନର ଅବ୍ୟବସ୍ଥା,ଆବାସ ଯୋଜନା, ସ୍ବାସ୍ଥ୍ୟ ସମସ୍ୟା ନେଇ ରେଡକ୍ରସ ପାଣ୍ଠିରୁ ସହାୟତା,ହକର ମାନଙ୍କୁ ବସଷ୍ଟାଣ୍ଡ ଭେଣ୍ଡଂ ଜୋନରେ ଆଶ୍ରୟ ଗୃହ ଆବେଦନ,ଅନ୍ୱେଷା ଛାତ୍ରାବାସର ବ୍ୟାପକ ଅବ୍ୟବସ୍ଥା, ଭିନ୍ନକ୍ଷମମାନଙ୍କ ଦୋକାନ ଗୃହ ଆବେଦନ ଇତ୍ଯାଦି ଥିଲା । ଏଥିରେ ୮୮ ଟି ଅଭିଯୋଗ ପଂଜିକୃତ ହୋଇଥିଲା ସେଥିମଧ୍ୟରୁ ୬୫ ଟି ବ୍ୟକ୍ତିଗତ ଓ ୨୩ଟି ଗୋଷ୍ଠୀ ଗତ ସମସ୍ୟା ଥିଲା । ସେଥିମଧ୍ୟରୁ ୩ଟି ତତ୍କାଳିନ ସମାଧାନ ହୋଇଥିବାବେଳେ ଦୁଇ ଜଣଙ୍କୁ ୫୦୦୦ ଟଙ୍କା ଲେଖାଏଁ ରେଡକ୍ରସ ସହାୟତା ପ୍ରଦାନ କରାଯାଇଥିଲା ।ଅନ୍ୟ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀମାନେ ତଦନ୍ତ କରି ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ର ସମସ୍ତ ବ୍ଳକର ବିଡ଼ିଓ, ତହସିଲଦାର,ବିଦ୍ୟୁତ ବିଭାଗ,ଲାଇନ ଡିପାର୍ଟମେଣ୍ଟ, ଶିକ୍ଷାଧିକାରୀମାନେ ଯୋଗ ଦେଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More