ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ

9

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତରେ ସରପଞ୍ଚ ନିର୍ବାଚନରେ ସୁଖୁମଣି ସୋରେନ ତାଙ୍କର ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମଙ୍କୁ ହରାଇ ବିଜୟ ଲାଭ କରି ସରପଞ୍ଚ ଦାୟିତ୍ୱରେ ଥିଲେ । କିନ୍ତୁ ପରାଜିତ ପ୍ରାର୍ଥିନୀ ସୁମିତ୍ରା ହେମ୍ବ୍ରମ ସୁଖୁମଣି ସୋରେନଙ୍କ ଦୁଇଟି ଯାଗାରେ ଭୋଟର ତାଲିକାରେ ନାମ ଥିବା ନେଇ ପରାଜିତ ପ୍ରାର୍ଥିନୀ ସୁମିତ୍ରା ହେମ୍ବ୍ରମ କୋର୍ଟର ଆଶ୍ରୟ ନେଇଥିଲେ । ରାଇରଙ୍ଗପୁର କୋର୍ଟରେ ବୁଧବାର ଦିନ ଶୁଣାଣି ଏବଂ ନିର୍ବାଚନର ସମସ୍ତ ନିୟମ କାନୁନକୁ ପରଖି ମାନ୍ୟବର ଜଜ୍ ସିଦ୍ଧାର୍ଥ ଶେଖର ସେନାପତି ବଡଦୁନ୍ଦୁ ସରପଞ୍ଚ ଶଖୁମଣି ସୋରେନ ଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ତାଙ୍କ ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମଙ୍କୁ ଦାୟିତ୍ଵ ହସ୍ତାନ୍ତର ପାଇଁ ଯାମଦା ବ୍ଳକ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି ।ଆଜି ସୁମିତ୍ରାଙ୍କ ଶୁଭେଛୁ ଓ ସମର୍ଥକ ରାଇରଙ୍ଗପୁର କୋର୍ଟକୁ ଆସି ରାୟର କପି ନେଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁ ଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More