ବିରିଡି (ସଂଘର୍ଷ ମିଡିଆ ) : ବିରିଡି ବ୍ଲକ ଅନ୍ତର୍ଗତ ଚାଷୀଖଣ୍ଡ ଗ୍ରାମର ସାମ୍ୟବାଦୀ ନେତା ସ୍ୱର୍ଗତ ବଂଶିଧର ସ୍ମୃତି ପରିଷଦ ଚାଷୀଖଣ୍ଡ ୨୨ମୌଜା ଆନୁକୂଲ୍ୟରେ ମଙ୍ଗୁଲି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଠାରେ ଆୟୋଜିତ ସ୍ମୃତି ଚାରଣ ଓ ମେଧା ସମ୍ମାନ ଅନୁଷ୍ଠିତ ହୋଇଯାଇଛି।ବଂଶୀଧର ସ୍ମୃତି ପରିଷଦ ସଭାପତି ଅରୁଣ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅଳକା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵଜିତ ରାୟ, ବରେଣ୍ୟ ଅତିଥି ଭାବେ ଓଡ଼ିଶା ମାନବିକ ଅଧିକାରୀ କମିଶନର ଅସୀମ ଅମିତାଭ ଦାସ୍ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ କବି ପିତାମ୍ବର ମହାପାତ୍ର, କବି ବାମଦେବ ସ୍ୱାଇଁ, ସମାଜସେବୀ ଯୁଧିଷ୍ଠିର ବେହେରା, ବସୁମାତା ସମ୍ପାଦକ ଗୟାଧର ମହାନ୍ତି, କବୟିତ୍ରୀ ପ୍ରିୟତମା ସାହୁ,କୃପାସିନ୍ଧୁ ଭୋଇ,ଅନୁଷ୍ଠାନର ସମ୍ପାଦକ ବିଭୁତି ରାୟ, କୋଷଧ୍ୟକ୍ଷ ଦିଲ୍ଲୀପ ସ୍ୱାଇଁ ଯୋଗଦେଇ ସ୍ୱର୍ଗକୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।ସାମ୍ୟବାଦୀ ନେତା ବଂଶୀଧର ଦାସ୍ ଥିଲେ, ମାନବ ବାଦର ପ୍ରତୀକ, ଜାତି ଧର୍ମ ବର୍ଣ୍ଣ ଉର୍ଦ୍ଧ୍ବରେ ରହି ସେ ଅସହାୟ ମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ,୨୨ମୌଜା ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ଭକ୍ତା ମାନେ ମତ ପ୍ରକାଶ କରିଛନ୍ତି।ଏହି ପ୍ରରିପ୍ରେକ୍ଷରେ ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ-୧ରେ ପାସ୍ କରିଥିବା ୬ଜଣ ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।