‘ଲୟର୍ସ ଅଫ ଦି ଇୟର’ ସମ୍ମାନରେ ସମ୍ମାନିତ ହେଲେ ଭଦ୍ରକର ଆଇନଜୀବୀ ସୀମା ମହାପାତ୍ର

10

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକରର ଯୁବ ଆଇନଜୀବୀ ଶ୍ରୀମତୀ ସୀମା ମହାପାତ୍ର 2022 ମସିହା ପାଇଁ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବରେ ଲୟର୍ସ ଅଫ ଦି ଇୟର ସମ୍ମାନୀରେ ସମ୍ମାନିତ ହୋଇଛନ୍ତି । 2021 ମସିହାରୁ ଓଡିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରଦତ୍ତ ଏହି ସମ୍ମାନ ଜନକ ପୁରସ୍କାରକୁ ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ 30 ରୁ 40 ବର୍ଷ ବୟସ ମଧ୍ୟରେ ଜଣେ ଯୁବ ଆଇନଜୀଵୀଙ୍କୁ ଆଇନ ସେବା କ୍ଷେତ୍ରରେ ବିଶେଷ ଦକ୍ଷତା ପାଇଁ ପଦାନ କରା ଯାଇଥାଏ। ଏହି ପୁରସ୍କାର ସ୍ୱରୂପ ବିଭିନ୍ନ ଆଇନ୍ ପୁସ୍ତକ ଉତ୍ତରୀୟ, ମାନପତ୍ର ସହ ଏକ ଟ୍ରଫି ପ୍ରଦାନ କରାଯାଇ ଥାଏ । ହାଇକୋର୍ଟ ଦ୍ୱାରା ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମାନ୍ୟବର ମୁଖ୍ୟ ବିଚାରପତି ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଗତ ବର୍ଷ ଏହି ସମ୍ମାନରେ ସମ୍ମାନିତ ହେବା ପାଇଁ ଭଦ୍ରକ ଜିଲ୍ଲାରୁ କୌଣସି ଆଇନଜୀବୀ ଆବଶ୍ୟକୀୟ ଯୋଗ୍ୟତା ହାସଲ କରି ପରି ନଥିଲେ । ତେବେ 2022 ମସିହା ପାଇଁ ଭଦ୍ରକରୁ ସୀମା ମହାପାତ୍ର ଏକମାତ୍ର ଆଇନଜୀବୀ ଭାବରେ ମନୋନୀତ ହୋଇଥିଲେ । କଟକ ଜୁଡ଼ିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ସମାରୋହରେ ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡ଼ଃ. ଦୀପକ ମିଶ୍ର ସଭାପତିତ୍ୱ କରିଥିବା ବେଳେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟୟାଧିସ ଜଷ୍ଟିସ ଡ଼ଃ. ଏସ. ମୁରଲୀଧର, ମାନ୍ୟବର ଜଷ୍ଟିସ ବି. ନରସିଂହା, ମାନ୍ୟବର ଜଷ୍ଟିସ ସଂଗ୍ରାମ କେଶରୀ ସାହୁ,ସର୍ବୋଚ୍ଚ ଅଦାଲତର ବରିଷ୍ଠ ଅଧିବକ୍ତା ଅରବିନ୍ଦ ପି. ଦତ୍ତ, ଆଡଭୋକେଟ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ଓକିଲ ସଂଘର ସଭାପତି ଧରଣୀ ଧର ନାୟକ ପ୍ରମୁଖ ଅତିଥି ଭାବରେ ମଂଚାସୀନ ଥିଲେ । ଏହି ଉତ୍ସବରେ ହାଇକୋର୍ଟର ସମସ୍ଥ ବିଚାରପତୀମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉପସ୍ଥିତ ଥିଲେ । ତାଙ୍କର ଏହି ସଫଳତା ପାଇଁ ଭଦ୍ରକ କୋର୍ଟ ପରିସରରେ ଏକ ନିରାଡ଼ମ୍ବର ଉତ୍ସବରେ ସଭାପତି ନିରାକାର ଜେନା ସମ୍ପାଦକ ଦିବ୍ୟସିଂହ ନାୟକ, ଉପସଭାପତି ମନୋରଞ୍ଜନ ଦାସ, ସାହସମ୍ପାଦକ ନିକୁଞ୍ଜ କିଶୋର ପୁହାଣ, କୋଷାଧ୍ୟକ୍ଷ କିଶୋର ବଳ, ଗିରିଜା ଦାସ, ବିଶ୍ବଜିତ ରାଉତ, ଅଧିବକ୍ତା ବିଜନ ଜେନା, ଗଦାଧର ବଳ, ରାଧା ଦାସ, ଗିରିଧାରୀ ନାଥ ପ୍ରମୁଖ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More