ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୁରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହଖଣିରେ ନିର୍ଭର କରନ୍ତି ଶହ ଶହ ଶ୍ରମିକ ପରିବାର | ମେସିନରେ କାମ ହେବା ଫଳରେ ସ୍ଥାନୀୟ ଶ୍ରମିକ ଏବେ ହାତବାନ୍ଧି ଘରେ ବସିଛନ୍ତି | ଆଉ ଯେଉଁମାନେ କାମ କରୁଥିଲେ ,ସେମାନଙ୍କୁ କତୃପକ୍ଷ ଛଟେଇ କରିଛନ୍ତି ଫଳସ୍ବରୂପ ସେମାନେ ନାନା ଅଶାନ୍ତିରେ କାଳାତିପାତ କରୁଛନ୍ତି |ଲୋକମାନେ କାମଧନ୍ଦା ନ ପାଇବାରୁ ଏବେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାହାରକୁ ଯାଉଛନ୍ତି | ଛଟେଇ ଶ୍ରମିକମାନେ ଦୀର୍ଘଦିନ ହେବ ବକେୟା ଅର୍ଥ ପାଇପାରିନାହାନ୍ତି | ଖଣି କତୃପକ୍ଷ ଓ ପ୍ରଶାସନ ମଧ୍ୟରେ କୌଣସି ସଲାସୁତୁରା ହୋଇପାରୁମାହିଁ |ଶ୍ରମିକ ସଂଘ କେବଳ ପ୍ରତିଶୃତି ଦେଉଛନ୍ତି | ଦୁଇଟି ଶ୍ରମିକ ସଂଗଠନ ଥିଲେ ହେଁ ଶ୍ରମିକମାନଙ୍କର ସ୍ବାର୍ଥ ଏ ଯାବତ୍ ସମାଧାନ ହୋଇପାରିନାହିଁ | ରାଇରଙ୍ଗପୁର ଜନଅଭିଯୋଗ ଶୁଣାଣୀରେ ଶହ ଶହ ପୁରୁଷ ଓ ମହିଳା ସେମାନଙ୍କର ନାର୍ଯ୍ୟଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ସେମାନଙ୍କର ଦାବୀ ମଧ୍ୟରେ ଶ୍ରମିକ ନିଯୁକ୍ତି,ବକେୟା ଅର୍ଥ ପ୍ରଦାନ,ଛଟେଇ ଶ୍ରମିକମାନଙ୍କୁ ପୁନଃନିଯୁକ୍ତି ଇତ୍ୟାଦି ସହ ଖଣିକତୃପକ୍ଷଙ୍କର ଦାଦାଗିରି ଚଳିବ ନାହିଁ ବୋଲି କହିଥିଲେ | ଶ୍ରମିକମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସଭାପତି ଦୟାନିଧି ମହାକୁଡ଼ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗୋରୁମହିଶାଣୀ ଲୌହଖଣି ଲିଜଧାରୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରୁ ବେଆଇନ ଭାବେ ଛୋଟେଇ ହୋଇ ଥିବା ତଥା ବକେୟା ପାଉଣା ପାଇଁ ଶତାଧିକ ଶ୍ରମିକ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ସାମିଲ ହୋଇ ତାଙ୍କର ଅଭିଯୋଗ ଜଣାଇଥିଲେ।ଏଥିରେ ଶ୍ରମିକ ଚନ୍ଦ୍ରାଇ ହେମ୍ବ୍ରମ, ମଙ୍ଗଲୁ ସର୍ଦ୍ଦାର, କୁଙ୍କି ସିଂ, ସଂଗ୍ରାମ ସରେନ, ଯସ୍ମୀନ ମହାକୁଡ଼, ସରସ୍ବତୀ ବାଗତି, ଲକ୍ଷ୍ମୀ ମହାକୁଡ଼, କମିଟି ସଦସ୍ୟ ଦିଲ୍ଲୀପ ସେଠି, ମାଝୀ ଆ ସରେନ, ଗୋରା ମନୋରଞ୍ଜନ ସେଠି ସାମିଲ ଥିଲେ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।