ଲୋକାଲ ଗୁଣ୍ଡାଙ୍କୁ କିନ୍ନରମାନେ ବଟି ନଦେବାରୁ ମରଣାନ୍ତକ ଆକ୍ରମଣ,ନ୍ୟାୟ ପାଇଁ ଏସପି ଅଫିସ ଘେରଉ

25

Get real time updates directly on you device, subscribe now.

କେନ୍ଦ୍ରାପଡ଼ା (ସଂଘର୍ଷ ମିଡିଆ ) : ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରତି ଦିନ ସଂଘର୍ଷ କରୁଥିବା କିନ୍ନର ନିଜର ଅଧିକାର ସାବ୍ୟସ୍ତ କରିବାକୁ ଯାଇଁ ପାଲଟିଛନ୍ତି କିଛି ଅସାମାଜିକ ଗୁଣ୍ଡାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୂଚନା ଅନୁସାରେ ସେମାନେ କେନ୍ଦ୍ରାପଡ଼ା ସହର ଉପକଣ୍ଠ କଜଳା କେନାଲ ବନ୍ଧରେ ଥିବା ସରକାରୀ ଜାଗାରେ ଦୀର୍ଘ ବର୍ଷ ହେବ ରହିଆସୁଥିବା ବେଳେ , ସେମାନଙ୍କୁ କିଛି ଗୁଣ୍ଡା ଶ୍ରେଣୀୟ ଲୋକେ ମାରିଦେବାକୁ ଚେଷ୍ଟା କରିଛନ୍ତି । କିନ୍ନର ସଂଘର ଜିଲ୍ଲା ସଭାନେତ୍ରୀ ଆଲିସା ବାରିକ କହିବା କଥା କିଛି ଅସାମଜିକ ଲୋକେ ଆମକୁ ବଟି ମାଗିଥିଲେ, ଆମେ ବଟିଦେବା ପାଇଁ ବିରୋଧ କରିବାରୁ ଆମକୁ ଗୋଡେଇ ଗୋଡ଼େ ରାସ୍ତାରେ ପିଟିଥିଲେ । ଘଟଣା ସ୍ଥଳରେ ଆଲିସା ବାରିକ ରକ୍ତାକ୍ତ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଆଲିସାଙ୍କ କହିବା ମୁତାବକ ଆମେ ସରକାରୀ ଜାଗାରେ ବହୁ ବର୍ଷରୁ ରହୁଛୁ ଆମକୁ କାହିଁକି କିଛି ନିର୍ଦିଷ୍ଟ ସ୍ଥାନୀୟ ଲୋକ ଟାର୍ଗେଟ କରୁଛନ୍ତି ତାହା ଆମେ ଜାଣିନାହୁଁ । ଉକ୍ତ ଘଟଣା ଘଟିବା ପରେ ପୀଡିତା ଆଲିସା ବାରିକ ଓ ଅନ୍ୟ କିନ୍ନର ମାନଙ୍କ ସହଯୋଗ କ୍ରମେ ଟାଉନ ଥାନାରେ ଦୁର୍ବୁତ୍ତ ମାନଙ୍କ ନାମରେ ଏକ ଏଫ.ଆଇ.ର ଦେଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱ ନେବା ସହ ଏଫ.ଆଇ.ଆର ରେ ଦର୍ଶାଯାଇଥିବା ଦୁର୍ବୁତ୍ତ ମାନଙ୍କ ମଧ୍ୟରୁ 4ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ କେଉଁ ଆଡେ ଫେରାର ହୋଇଯାଇଥିଲା । ଘଟଣାକୁ ଦୀର୍ଘ ଦିନ ହୋଇଯାଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଆସାମୀଙ୍କୁ ଧରିପାରି ନଥିବା ବେଳେ, ଘଟଣାକୁ କେନ୍ଦ୍ରକରି କିନ୍ନର ରାଜ୍ୟ ସଂଘର ସଭାନେତ୍ରୀ ସୁଇଟିଙ୍କ ନେତୃତ୍ୱରେ ମୁଖ୍ୟ ଆସାମୀ ଗିରଫ ଓ ପୀଡିତା ଆଲିସା ବାରୀଙ୍କୁ ନ୍ୟାୟ ଦାବିରେ ଶତାଧିକ କିନ୍ନର କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More