ଲୋକମାନଙ୍କ ସମସ୍ୟାକୁ ସମାଧାନ କରୁଛୁ ଗରିବ ନାରୀଶକ୍ତି ସଂଗଠନ

31

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଏ ସମାଜରେ ପ୍ରତେକ ଦିନ ବହୁ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ମହିଳାମାନେ ବ‌ହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତେକ ଥାନାରେ ପୁଳା ଅଭିଯୋଗ ହୋଉଥିବା ବେଳେ ମାନ୍ୟବର ଅଦାଲତରେ କୁଢ଼ କୁଢ଼ କେସ ଫାଇଲ୍ ଦେଖିବାକୁ ମିଳିଛି। ଜମିଜମା,ମାଡପିଟି ଓ ବିଭାହ ବିଚ୍ଛେଦ ଭଳି ଅନେକ କେସର ବିଚାରଧୀନ ରହିଥିବା ବେଳେ ସାଧାରଣ ଲୋକଟିଏ ବାରମ୍ବାର ଥାନା ଓ କୋର୍ଟର ଚକର କାଟି ବହୁତ ଖର୍ଚ୍ଚାନ୍ତ ହୋଇ ଥକିପଡୁଛନ୍ତି। ଅନ୍ୟପଟେ ଧନି ଶ୍ରେଣିର ବ୍ୟକ୍ତିମାନେ ଟଙ୍କା ବଳରେ ବିଚାରଧୀନ କେସ ଗୁଡ଼ିକୁ ତାରିଖ ପରେ ତାରିଖ ଗଡେଇ ଗଡେଇ ଚାଲୁଛନ୍ତି। ଏଭଳି ପରିସ୍ଥିତିରେ କିଛି ମହିଳା, କିଛି ସାମାଜିକ କର୍ମୀ, ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ଗରିବ ବନ୍ଧୁ ନାରୀ ସଂଗଠନ ଗଢିଥିଲେ। ଏହି ସଂଗଠନର ମୁଳ ଲକ୍ଷ୍ୟ।

  • ସବଳ କବଳରୁ ଦୃବଳକୁ ରକ୍ଷା କରିବା।
  • ସ୍ଵାମୀ ପରିତକ୍ତା ମହିଳାମାନଙ୍କୁ ସାହାଯ୍ୟ କରିବା।
  • ଅସହାୟ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ସାହାଯ୍ୟ କରିବା।
  • ଆଇନ୍ କୁ ସାହାଯ୍ୟ କରିବା ଓ ସମ୍ମାନ ଦେବା।
  • ଏହି ଗରିବ ବନ୍ଧୁ ନାରୀ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ।
    ସେହିପରି ଭାବେ ଆଜି ଭାଇ ଭାଇ ମଧ୍ୟରେ ଜମିବାଡ଼ିକୁ ଅଳିହକୁ କେନ୍ଦ୍ରକରି କଳହ ଲାଗି ରହିଥିଲା ବେଳେ ବାରମ୍ବାର ଥାନାର ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଆଜି ଗରିବ ବନ୍ଧୁ ନାରୀ ସଂଗଠନର ସଭାପତି, ସମ୍ପାଦକ, କୋଡିନେଟରଙ୍କ ସହିତ ସଂଗଠନର ସଦସ୍ୟମାନଙ୍କ ଉପସ୍ଥିତିରେ ଦୁଇଟି ଜମିଜମା କଳହ ସମାଧାନ ହେବା ଓ ଗୋଟିଏ ସ୍ଵାମୀ ସ୍ତ୍ରୀଙ୍କ ଅମେଳକୁ ସଜାଡ଼ିବା ଦେଖିବାକୁ ମିଳିଛି।
  • (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More