ଲୋକକଳା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

9

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବିଡିଓଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ଲୋକକଳା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ନେଇ ଲୋକକଳା ଦିବସ ପାଳନ କରାଯାଉଛି | ଏହି ଦିବସ ରେ ବିଦ୍ୟାଳୟର ଛାତ୍ର/ ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ବକୃତା ଓ ନୃତ୍ୟ ପ୍ରତିଯୋଗୀତା କରାଯିବ | କିପରି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହ ଏହି ଦିବସ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଗୀତାଞ୍ଜଳୀ ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଦେଶିଆ ନାଟଗୁରୁ କାର୍ତ୍ତିକ ଭତ୍ରା, ବିଶ୍ଵରଞ୍ଜନ ପାତ୍ର, ଚିତ୍ର ହରିଜନ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟ/ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More