ଲେମ୍ବୋ ଗ୍ରାମବାସୀଙ୍କ ନରସିଂହପୁର ଥାନା ଘେରାଉ

12

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ଥାନା ଅର୍ନ୍ତର୍ଗତ ବଡ଼ବାରେନା ଓ ଲେମ୍ବୋ ଗ୍ରାମବାସୀଙ୍କ ମଧ୍ୟରେ ବନ୍ଦ କୁ ନେଇ ଯେଇଁ ବିବାଦ ଉପୁଜିଥିଲା ତାହା ସମାଧାନ ହୋଇଥିଲେ ମଧ୍ୟ ତାହା ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ଗତକାଲି ବଡ଼ବାରେଣା ଲାକମାନେ ଯିବାଆସିବା କରିବା ସମୟରେ ଏକ ଟ୍ରାକ୍ଟର ଡ୍ରାଇଭର ବାଡେଇ ତାର ହାତ ଭାଙ୍ଗି ଦେଇଥିଲା । ଲେମ୍ବୋ ହରିଜନ ସାହି ଲୋକମାନଙ୍କ ନାମରେ ଏତଲା ଦେଇଥିଲେ |ଏ ବିଷୟରେ ଲିଖିତ ଅଭିଯୋଗ ଆଣି ଲେମ୍ବୋ ଗ୍ରାମବସୀ ତିନିଜଣ ଲୋକ ନରସିଂହପୁର ଥାନାରେ FRI ଦେବା ପାଇଁ ଆସିଥିଲେ |ଏତିକି ବେଳେ ଥାନା ର କର୍ମଚାରୀ ମାନେ ତାଙ୍କୁ ଅଟକ ରଖିଛନ୍ତି |ଏହି ଖବର ଗ୍ରାମରେ ପହଁଚିଲା ପରେ ଆଜି ସକାଳ ଦଶଟା ସମୟରେ ଲେମ୍ବୋ ଗ୍ରାମର ମହିଳା ଓ ପୁରୁଷ ମାନେ ଆସି ଥାନା ଘେରାଉ କରିବା ସହିତ ବିଭିନ୍ୟ ପ୍ରକାର ନାରାବାଜି ଦେଇଥିଲେ | ଆମର ଥାନାରେ ଥିବା ତିନିଜଣ ଲୋକଙ୍କୁ ଶୀଘ୍ର ମୁକ୍ତି କରାଯାଉ |ଏଥି ସହିତ ଗ୍ରାମର ମହିଳା ଓ ପୁରୁଷ ମାନେ ଅଭିଯୋଗ କରିଥିଲେ ଯେ ଆମେ ଲେମ୍ବୋ ଗ୍ରାମବାସୀ କୌଣସି ଲିଖିତ ଥାନାରେ ଅଭିଯୋଗ କଲେ ଥାନା ଅଧିକାରୀ ବା ଅନ୍ୟ କର୍ମଚାରୀ କୌଣସି କଥାକୁ ଶୁଣୁନାହାନ୍ତି |କିନ୍ତୁ ବଡ଼ବାରେଣା ଗ୍ରାମବସୀ ମାନେ ଲିଖିତ ଅଭିଯୋଗ କଲେ ସଙ୍ଗେ ସଙ୍ଗେ ଥାନା ଅଧିକାରୀ ତାଙ୍କ ଦରଖାସ୍ତ କୁ ବିଚାର କରି ଆମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି |ସେଥିପାଇଁ ଆଜିର ଧାରଣାରେ ଗ୍ରାମବାସୀ ମାନେ ପୋଲିସ ବିରୁଦ୍ଧରେ ବିଭିନ୍ୟ ପ୍ରକାର ନାରାବାଜି ଦେବା ସହିତ ନିଜର ଅସନ୍ତୋଷ ମତବ୍ୟକ୍ତ କରିଥିଲେ | ଏବିଷୟରେ ନରସିଂହପୁର ଥାନରୁ।କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।କାରଣ ଥାନା ଅଧିକାରୀ ଛୁଟିରେ ଯାଇ ଥିବାରି ଯୋଗାଯୋଗ ହୋଇପାରିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More