ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – କାର୍ତିକ ମାସ ଚାଲିଛି ।ଟିକେ ଟିକେ ଶୀତ ପଡ଼ିଲାଣି ।ହେଲେ ପାହାଡିଆ ଅଞ୍ଚଳରେ ଅଧିକ ଶୀତ ପଡ଼ିଲାଣି ।ବୁଢ଼ା ବୁଢି ପାଇଁ ଶୀତ ଅସହ୍ୟ ହେଲାଣି । ଶୀତ ଦାଉରୁ ଟିକେ ରକ୍ଷା ପାଇଁ ଚୁଲି ମୂଳେ ବୁଢ଼ାବୁଢ଼ୀ ବସି ଶେକ ନେଉଛନ୍ତି ।ସେହି ସମୟରେ ଅସାବଧାନତା ଯୋଗୁଁ ନିଆଁରେ ପୋଡ଼ି ଦୁର୍ଘଟଣାରେ ଶିକାର ହେଉଛନ୍ତି ।ଏଭଳି ଏକ ଅଭାବନୀୟ ଦୁଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଵିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତର ଜାମଦା ଗାଁ ରେ । ଶୁକ୍ରବାର ସଂନ୍ଧ୍ଯା ୬.୩୦ଟା ପାଖାପାଖି ସମୟରେ ଜାମଦା ଗାଁର ବୃଦ୍ଧା ସିନଗୋ ବାସ୍କେ(୭୦) ଚୁଲିମୂଳେ ଶେକ ନେଉଥିଲେ ।ପରେ ଖଟ ପାଖକୁ ବିଶ୍ରାମ ନେବାକୁ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ବୁଲି ପଡ଼ିଲା ଫଳରେ ପଛପଟ ଲୁଗାର ନିଆଁ ଲାଗି ଯାଇଥିଲା । ନିଆଁ ରେ ପୋଡ଼ି ହୋଇ ଚିତ୍କାର କରିବାରୁ ଘର ଭିତରେ ପରିବାର ଲୋକେ ଆସି ଉଦ୍ଧାର କରିଥିଲେ । ସେତେବେଳକୁ ନିଆଁ ଦେହରେ ଲାଗି ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ଘରୋଇ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସାଧୀନ ଅଵସ୍ଥାରେ ରାତି ୨ଟାରେ ପ୍ରାଣବାୟୁ ଉଡି ଯାଇଥିଲା । ଶନିବାର ଦିନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।