ଲୁହାକାନୀ ଗ୍ରାମରେ ମହରମ ପର୍ବ ପାଳିତ

10

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ) : -ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀର ଇମାମ୍ ବାଳା ଠାରେ ମୁସଲମାନ ଭାଇ ଭଉଣୀ ମାନଙ୍କର ପବିତ୍ର ପର୍ବ ମୋହରମ୍ ଶନିବାର ଦିନ ପାଳିତ ହୋଇଯlଇଛି।ହିଜ୍ରି କ୍ୟାଲେଣ୍ଡର ଅନୁସାରେ ମୋହରମ ଠାରୁ ଇସଲାମିକ ନବବର୍ଷ ଆରମ୍ଭ ହୋଇଥାଏ। ମୋହରମ ହେଉଛି ଇସଲାମ ଧର୍ମର ରକ୍ଷକ ହଜରତ ହୁସେନ ଅଲ୍ଲୀଙ୍କ ସହିଦତାକୁ ମନେ ରଖିବାର ପବିତ୍ର ମାସ। ମୁସଲମାନମାନ ଙ୍କ ପାଇଁ ଏହା ଏକ ଉତ୍ସର୍ଗର ପର୍ବ। କୁହାଯାଏ ଯେ ମହୋରମ୍ ର ଦଶମ ଦିନରେ ଏଜିଦ୍ ହଜରତ ହୁସେନ ଅଲ୍ଲୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରି ଥିଲେ।ଏହାକୁ ମନେ ପକାଇବାକୁ ଏହି ମୋହରମ ପର୍ବ ପାଳନ ହୋଇଥାଏ। ଲୁହାକାନୀ ରେ ମଧ୍ୟ ଏହି ପର୍ବ ପାଳନ ହୋଇଯାଇଛି।ଏହାକୁ ଲୁହାକାନୀ ମୁସଲିମ କମିଟିର ସଭାପତି ଆନୁଓ୍ଵାର ହୁସେନ୍ ଏବଂ ଇମାମ୍ ହାଫିଜ୍ ଓ କାରୀ ନିଜାମୁଦ୍ଦିନଙ୍କ ନେତୃତ୍ବରେ ଅବଦୁଲ୍ ,ଆକ୍ତାର,ରସିଦ,ଆସରାଫ୍,ବାବୁ,ସାଜିଦ୍,ସେରାଜ ,ଆଲାଉଦ୍ଦିନ,ହାସିମ ,ସହଜିଦ୍,ଆଲମ୍,ଆକମଲ,ଫାରଦିଲ, ଆରମାନ୍,ଫାୟାଜ,ଜାନେରହମତ ସମେତ ଗ୍ରାମର ସମସ୍ତ ସଦସ୍ୟ ଓ ଗ୍ରାମର ମହିଳା ପୁରୁଷ ପ୍ରମୁଖ ଉପସ୍ଥିତ ଥିଲେ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More