ଲୁହାକାନୀ ଏବଂ ରାଇରଙ୍ଗପୁରରେ ଧୂମଧାମରେ ପାଳିତ ହେଲା ଇଦୁଲ ଆଝାର (ବକରଇଦ୍) ପର୍ବ

9

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – – ଆଜି ପବିତ୍ର ଇଦୁଲ ଆଝାର ବା ବକରଇଦ୍ ପର୍ବ ଭାରତ ବର୍ଷରେ ଥିବା ପ୍ରତ୍ୟେକ ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ପାଳନ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋୖରାଞ୍ଚଳର ୱାର୍ଡ ନଂ ଏଗାର ତଥା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ଗ୍ରାମର ମୁସଲିମ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନେ ମଧ୍ୟ ମହା ଧୁମଧାମରେ ପାଳନ କରିଛନ୍ତି। ସୂଚନା ମୁତାବକ ଗୁରୁବାର ସକାଳୁ ସ୍ନାନାଦି କାର୍ଯ୍ୟ ସମ୍ପାଦନ କରି ନୂଆ ବସ୍ତ୍ର ପରିଧାନ କରି ସାତଟା ସମୟରେ ଲୁହାକାନୀ ମସଜିଦରେ ଇଦୁଲ ଆଝା ର ନାମାଜ ପାଠ କରିବା ପାଇଁ ସମସ୍ତ ବ୍ୟକ୍ତି ମସଜିଦକୁ ଯାଇଥିଲେ। ମସଜିଦରେ ଥିବା ପଣ୍ଡିତ ବା ହାଫିଜ୍ ଓ କାରୀ ଜାନାବ ନିଜାମୁଦ୍ଦିନ ଆସରାଫି ସମସ୍ତଙ୍କୁ ସାମୁହିକ ନାମାଜ ପାଠ କରିବା ସହିତ ସମସ୍ତଙ୍କୁ ଇସଲାମ ସମ୍ଵନ୍ଧରେ ଆଲୋକପାତ କରିବା ସହିତ ଭାଇଚାରାର ବାର୍ତା ଦେଇଥିଲେ।ନାମାଜ ପାଠ ପରେ ସମସ୍ତେ ସମସ୍ତଙ୍କୁ ଇଦୁଲ ଆଝାର ଅଭିନନ୍ଦନ ବା ମୋବାରକ ବାଦ୍ ଦେଇ ନିଜ ନିଜ ଘର ବାହୁଡ଼ା ହୋଇ ଥିଲେ। ଛୋଟ ଛୋଟ ପିଲା ମାନେ ବାଣ, ଫୋଟକା ଫୁଟାଇ ପର୍ବର ମଜା ନେଉଥିବା ଦେଖିବାକୁ ମିଳିଥିଲା।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More