ଲୁହାକାନି ଠାରେ ଜାଲସା,ଜାସ୍ନେ-ଗୋସୁଲଵାରା କନଫରେନ୍ସ ୨୦୨୩ ଅନୁଷ୍ଠିତ

9

Get real time updates directly on you device, subscribe now.

ରାଇରଙ୍ଗପୁର ୦ସଂଘର୍ଷ ମିଡିଆ) : ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନି ଠାରେ ନୌଜାଓ୍ଵାନ ମୁସଲିମ କମିଟି ଦ୍ୱାରା ଏକ ବିଶାଳ ଜାଲସା ବା ଗୋସୁଲବରା କନଫ୍ରାନ୍ସ ଆୟୋଜିତ ହୋଇଯାଇଛି l ଯୋଉଁଠାରେ ମୁଖ୍ୟ ଅତିଥି ଭାବେ ପିରେ ତରିକାତ୍ ରେହବାରେ ସାରିୟତ୍ ହଜ଼ରତ୍ ଆଲ୍ଲାମା ମୌଲାନା ସୈୟଦ ନିଜ଼ାମୁଦ୍ଦିନ ନୈମି ସାହାବ ଉତ୍ତର -ପ୍ରଦେଶ ଠାରୁ ଆସିଥିଲେ ଏବଂ ମୁଖ୍ୟ ପ୍ରବଚକ ଭାବେ ମୁଫତି୍ୟେ ଶୈରେ ୟାର ରାଜ଼ା ଖାନ ସାହାଵ କିବଲା ବିହାର ରୁ ଆସିଥିଲେ ଓ ସହ ପ୍ରଵଚକ ଖାତିବେ ହିନ୍ଦୁସ୍ତାନ ହଜ଼ରତ୍ ଶାଖାୱାତ ହୁସେନ ବରକାତି କୋଲିକତା ଠାରୁ ଆସିଥିଲେ l ଏହା ସହିତ ନାଥିୟା ନବୀ ପାଇଁ ହଜରତ ଜ଼ିୟା ୟାଜଦାନୀ ସାହାଵ ୟୁ. ପି. ରୁ ଓ ହଜରତ ମୋବାରକ ହୁସେନ ମୋବାରକ ଝାରଖଣ୍ଡରୁ ଆସି ନାଥ ପାଠ କରିଥିଲେ l ଯାହାଦ୍ୱାରା ସମଗ୍ର ଲୁହାକାନି ଉତ୍ସବ ମୁଖର ହୋଇଉଥିଲା ଏବଂ ଓଡିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ପ୍ରୟୋତ୍ୱ କୋଡ଼ିଏ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାରହ ଦେଖିବାକୁ ମିଳିଥିଲା ଏବଂ ଅଞ୍ଚଳବାସୀଙ୍କ ଆନନ୍ଦ ଏବଂ ଉତ୍ସାହ ବଢ଼ାଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ଶ୍ରୀମତୀ ବିନ୍ଦୁସ୍ମିତା ଦେଓ ଓ ତାଙ୍କ ସହପାଠୀ ଏବଂ ସ୍ଥାନୀୟ ସୋଚ୍ଛାସେବି, ସମାଜ ସେବୀଗଣ ଉପସ୍ଥିତ ରହିଥିଲେ l ଠିକ ସେହିପରି ଜେ. ଏମ. ଏମ. ର ଓଡିଶା ସଭାପତି ଶ୍ରୀମତି ଅଞ୍ଜୋଳି ସୋରେନ ମହୋଦୟା ଓ ତାଙ୍କ ସହପାଠୀ ଙ୍କ ଉପସ୍ଥିତି ବେସ ଆକୋର୍ଷଣ ବଢ଼ାଇ ଥିଲା l ଦୁର ଦୁରାନ୍ତର ରୁ ଆସିଥିବା ସମସ୍ତ ଅତିଥି ଏବଂ ଶ୍ରଦ୍ଧାଳୁ ମାନଙ୍କ ରାତ୍ର ଭୋଜନର ଆୟୋଜନ ମଧ୍ୟ ହୋଇଥିଲା l ଚିରଚରୀତ ଭାବେ ପ୍ରଵଚନ ଏବଂ ନାଥ ପାଠ ପ୍ରକ୍ରିୟା ରାତ୍ର ୧୦ ଘଟିକାରୁ ଆରମ୍ଭ ହୋଇ ଭୋର ୪ ଘଟିକା ପ୍ରଯନ୍ତ ହୋଇଥିଲା ଏହାପରେ ସଲାମ ପାଠ କରି ଓ ଦୋଓ୍ଵା କରି ସମସ୍ତେ ନିଜ ଘର ଲେଉଟା ହୋଇଥିଲେ l ପ୍ରଵଚନୀ ରେ ମୁଖ୍ୟ ଆଲୋଚ୍ୟ ଭାବେ ନିଜ ଧର୍ମର ଗାଢ଼ୋତ୍ତା ବଢ଼ାଇ ବା ସହ ଶାନ୍ତି ଶୃଙ୍ଖଳା ରୋକ୍ଷା କରିବା ଏବଂ ଦେଶପ୍ରେମ ବଢାଇବା ଓ ସମାଜରେ ସୁଚରିତ୍ରର ପରିଚୟ ଆଣିବା ସହ ନିଜ ବାପା ମାଙ୍କ ସେବାରେ ନିପୁଣ ରହିବା କଥା ଆଲୋଚନା କରାଯାଇଥିଲା l ଯଦି କିଛି ଦେଖି କି ଶିଖୁଛନ୍ତି ତୋ ଫିଲ୍ମି ଦୁନିଆର ରଙ୍ଗଢୋଙ୍ଗ ନୁହଁ ବରଂ ମହାପୁରୁଷ ମାନଙ୍କ ରଙ୍ଗଢୋଙ୍ଗ ଦେଖି ଶିଖନ୍ତୁ ଆପଣଙ୍କ ଚରିତ୍ରରେ ସୁଧାର ଆସିଯିବ ବୋଲି ଉଦାହରଣ ସହ ବୁଝାଇଥିଲେ lଉକ୍ତ କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରି ଲୁହାକାନୀ ର ସମସ୍ତ ହିନ୍ଦୁ ମୁସଲିମ ଏକ ହୋଇ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More