ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା, ଚାଷୀ ହତାସ

10

Get real time updates directly on you device, subscribe now.

ଯାଜପୁର( ସଂଘର୍ଷ ମିଡିଆ ) : ହା ହତାଶ ରେ ଚାଷୀକୂଳ । ଚାଷିଙ୍କୁ ଭୁଆଁ ବୁଲେଇ ଚଳୁ କରିଦେଲେ କୋଟି କୋଟି ଟଙ୍କା ।ଭରତପୁର ସମବାୟ ସମିତି ନାଁରେ ଆସିଲା ସଙ୍ଗିନ ଅଭିଯୋଗ । ଚର୍ଚ୍ଚା ରେ ବାଲିଚନ୍ଦ୍ରପୁର କଟକ ସମବାୟ ବ୍ୟାଙ୍କ୍ ।କରୋନା ମହାମାରୀ ସମୟରେ ବି ଛାଡିଲେନି ଚାଷିଙ୍କୁ । ସରକାରୀ ନିୟମ ଓ ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି କୁ ଫୁ କରିଦେଲେ ସମବାୟ ବ୍ୟାଙ୍କ l ଚାଷିଙ୍କ ଆକାଉଣ୍ଟ୍ କୁ ଇନସ୍ୟୁରାନ୍ସ ଟଙ୍କା ନ ଦେଇ ଆକାଉଣ୍ଟ୍ ରୁ ଚଳୁ କରିନେଲେ ଟଙ୍କା । ଏ ନେଇ ଚିନ୍ତାରେ ଚାଷୀ । ବ୍ଲାଙ୍କ ଚେକ୍ ନେଇ ଚାଷିଙ୍କୁ ଭୁଆଁ ବୁଲେଇ ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା । ଜଣେ ନୁହଁ କି ଦୁଇଜଣ ନୁହଁ ଏକାଧିକ ଚାଷିଙ୍କ ଠାରୁ ଲୁଟିଲେ ଲକ୍ଷାଧିକ ଟଙ୍କା । ଅଭିଯୋଗ ମୁତାବକ ଭରତପୁର ସମବାୟ ସମିତିର ସମ୍ପାଦକ ଦେବାଶିଷ ରାଉତରାୟ ଲୋକଙ୍କ ଠାରୁ ବ୍ଳାଙ୍କ ଚେକ୍ ନେଇ ଚାଷିଙ୍କ ନାଁ ରେ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି। ସମବାୟ ସମିତି ର ଘୋଟାଲା ଚରମ ସୀମାରେ ପହଞ୍ଚିଲା ପରେ ଚାଷୀ ସମବାୟ ବ୍ୟାଙ୍କ ରେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବ୍ୟାଙ୍କ ମ୍ୟାନେଜର । କରୋନା ମହାମାରୀ କୁ ଆଖି ଆଗରେ ରଖି ଏମିତି ଚାଷିଙ୍କ ତୀବ୍ର ଜନ ଆନ୍ଦୋଳନ ସ୍ରୁଷ୍ଟି ହେଉଥିବାରୁ ଘଟଣା ସ୍ଥଳରେ ଯାଜପୁର sdpo ଚିନ୍ମୟ ନାୟକ ପହଞ୍ଚି ଓ କଟକ ମୁଖ୍ୟ କାର୍ଯ୍ୟାଳୟ ସମବାୟ ବ୍ୟାଙ୍କ ର ଅଧିକାରୀ ପହଞ୍ଚି ଚାଷିଙ୍କ ଅସୁବିଧା ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଏ ନେଇ ଆମେ ଯାଜପୁର ଜିଲ୍ଲାପାଳ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ ସେ ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ l କେବେ ଚାଷିଙ୍କୁ ନ୍ୟାୟ ମିଳିପାରିବ ଦେଖିବାକୁ ବାକି ରହି l
ଯାଜପୁର ରୁ ଚିତ୍ତରଞ୍ଜନ ସିଂହଙ୍କ ରିପୋର୍ଟ୍ ସଙ୍ଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More