ଲିଫ୍ଟ ଇରିଗେସନ୍ ପେନସନର ଆସୋସିଏସନ୍ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକାରି କମିଟିର ବୈଠକ ଅନୁଷ୍ଟିତ

15

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚାଉରିଆ ଗୁଡା ଉଠା ଜଳ ସେଚନ କାର୍ଯ୍ୟ।ଳୟ ପ୍ରାଙ୍ଗଣରେ ଦିନ ୧୧ ଘଣ୍ଟା ସମୟରେ ଓଡିଶା ଲିଫ୍ଟ ଇରିଗେସନ୍ ପେନସନର ଆସୋସିଏସନ୍ ନବରଙ୍ଗପୁର ଜିଲ୍ଲା କାର୍ଜ୍ୟକାରି କମିଟିର ଏକ ବୈଠକ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ପେନସନ ଭୋଗୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇ ଥିଲା।ସର୍ବନିମ୍ନ ପେନସନ ୯୦୦୦/ ଟଙ୍କା କରିବା ଦାବିରେ ଚଳିତ ମାସରେ ନବରଙ୍ଗପୁର ଜିଲ୍ଲାରୁ ୧୦୦୦ ପୋଷ୍ଟକାର୍ଡ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠା ଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲା ସଭାପତି ଇଶ୍ଵର ରାଉତ,ଉପ ସଭାପତି ମୁରଲି ଧର ବିସୋଇ ଓ ସାଧାରଣ ସମ୍ପାଦକ ଲଛମନ ପାଇକ,କୋଷାଧକ୍ଷ ରମେଶ ଚନ୍ଦ୍ର ଦାସ,ନବରଙ୍ଗପୁର ଆସୋସିଏସନର ସଭ୍ୟ ଲକ୍ଷ୍ମୀ ପରିଡା,ବିଜୟ ପରିଡା,ଚନ୍ଦ୍ର ଶେଖର ମାଳି,ଶିବ ପ୍ରସାଦ ପଟ୍ଟନାୟକ,ମଦନ କୁମାର କରାଟି,ଶଶି ଭୁଷଣ ପାଣିଗ୍ରାହି,ଦୁଲବ ଭତ୍ରା,ହରି ନାୟକଙ୍କ ସମେତ ବହୁ ସଙ୍ଖ୍ୟକ ସଭ୍ୟ ଉପସ୍ତିତ ରହି ସହଯୋଗ କରି ଥିବା ବେଳେ ଲକ୍ଷ୍ମଣ ପରିଡା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇ ଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ସ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More