କଟକ(ସଂଘର୍ଷ ମିଡିଆ ) : ଏମବିଡ଼ି ଗ୍ରୁପର ପ୍ରକାଶନ ସଂସ୍ଥା ତରଫରୁ ଏହାର କଟକ ଶାଖା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଏମବିଡ଼ି ଲିଟିଲ୍ ଗଣେଶ ଶିଶୁ ମନ୍ଦିର ସୁପର କମ୍ବୋ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ର ପୂର୍ବତନ ବିଜ୍ଞାନ ବିଶେଷଜ୍ଞ ତଥା ବର୍ତ୍ତମାନର ଶିକ୍ଷା ବିକାଶ ସମିତିର ସଭାପତି ଡ଼ଃ କିଶୋର ଚନ୍ଦ୍ର ମହାନ୍ତି ଏବଂ ନୂଆ ବଜାର ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଡଃ ପ୍ରଫୁଲ୍ଲ କୁମାର ନାୟକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ଙ୍କୁ ବିଶେଷ ଭାବେ ପଢିବାରେ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଅନ୍ୟତମ ଅତିଥି ଶ୍ରୀ ନାୟକ କହିଥିଲେ ଏମବିଡ଼ି ଏକ ସର୍ବଭାରତୀୟ ପ୍ରକାଶନ ସଂସ୍ଥା ହୋଇଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ଉନ୍ନତ ମାନର ପୁସ୍ତକ ଯୋଗାଇଥାଏ। ଏହି ପୁସ୍ତକଟି ସରସ୍ଵତୀ ଶିଶୁ ମନ୍ଦିର ପିଲାମାନଙ୍କୁ ସଫଳତା ଦେବାରେ ବିଶେଷ ସହାୟକ ହେବ। ଶେଷରେ ଏମ୍ ବିଡ଼ି ଗ୍ରୁପର ଜୋନାଲ ହେଡ୍ ପ୍ରଦୀପ୍ତ କୁମାର ମିଶ୍ର ମଞ୍ଚ ପରିଚାଳନା କରି କହିଥିଲେ ଏମବିଡ଼ି ପୁସ୍ତକ ସାରା ଭାରତ ବର୍ଷରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ବେଶ୍ ଆଦୃତ ଲାଭ କରିଛି। ଏହା କେବଳ ଓଡ଼ିଶାର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ପୁସ୍ତକଟି ବଜାରରେ ପ୍ରତ୍ୟେକ ପୁସ୍ତକ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ହେବ ବୋଲି ଏମ୍ ବିଡ଼ି ଗ୍ରୁପର ଜୋନାଲ ହେଡ୍ ପ୍ରଦୀପ୍ତ କୁମାର ମିଶ୍ର କହିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।