ଲିଚ ପୀଟ ନିର୍ମାଣରେ ନିମ୍ନ ମାନର ଅଭିଯୋଗ, ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ?

9

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – ସରକାର ଗ୍ରାମାଞ୍ଚଳ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଦିନକୁ ଦିନ ନୁଆ ନୁଆ ଯୋଜନା ଆରମ୍ଭ କରୁଛନ୍ତି।ଦୁର୍ଗନ୍ଧ ମୁକ୍ତ ଗାଁ ସୃଷ୍ଟି କରିବା ପାଇଁ ବର୍ତ୍ତମାନ ନଳକୂପ ଠାରୁ ଆରମ୍ଭ କରି ପ୍ରତ୍ୟେକ ଘରେ ଲିଚ ପୀଟ ଓ ସୋପ ପିଟ ନିର୍ମାଣ କାର୍ଯ୍ୟ ହେଉଛି । କିନ୍ତୁ କିଛି ମୁଷ୍ଟେମେୟ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ,ପଂଚାୟତ ପ୍ରଶାସନ ଚେଇଁ ଶୋଇଛି। ସୋକ ପିଟ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ବେଳେ , ଲିଚ ପୀଟ କାଟିକୁଠା ଓ ବାଉଁଶ ଦେଇ ନିର୍ମାଣ କରୁଥିବା ଜଣାପଡିଛି । ହେଲେ ନିର୍ମାଣ ନସରୁଣୁ ଭୁଷୁଳି ପଡିଛି।ଯାହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି । ୩୨ ସହ ଟଙ୍କା ରେ ସୋକପିଟ ଓ ୧୨ ହଜାର ଟଙ୍କା ବ୍ୟୟ ଅଟକଳରେ ଲିଚପିଟ ନିର୍ମାଣ ଇଷ୍ଟିମେଣ୍ଟ ରହିଥିବା ବେଳେ ,କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମପଞ୍ଚାୟତରେ ତାହାର ବ୍ୟତିକ୍ରମ ଦେଖିବକୁ ମିଳିଛି । ତେଣୁ ବ୍ଳକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More