ଲାଲଗଡ଼ ଫୁଲଡୁମେର ଗାଁରେ ଉଡିଲା ତ୍ରିରଙ୍ଗା

11

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ସ୍ୱାଧୀନତାର 75 ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ଯାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ଯ ରେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଆୱାନ ଦେଇଛନ୍ତି । ହେଲେ ଆଜିବି କଳାହାଣ୍ଡି ଜିଲ୍ଲାର ଲାଲଗଡ଼ ଭାବରେ ପରିଚିତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ଫୁଲଡୁମେର ଗାଁର ଆଦିବାସୀ ଦେଖି ନଥିଲେ ତ୍ରିରଙ୍ଗା । ଦେଶ ସ୍ଵାଧୀନ ହେବା ପରଠାରୁ ଏହି ଅଞ୍ଚଳରେ କେବେ ହେଲେ ପାଳନ ହୋଇନ ଥିଲା ସ୍ୱାଧୀନତା ଦିବସ । ଯେଉଁ ଅଞ୍ଚଳରେଦିନେ ବନ୍ଧୁକ ମୁଁନରେ ଲାଲ ଝଣ୍ଡା ଉଡୁଥିଲା ଏବଂ ସ୍ବାଧୀନତା ଦିବସ କୁ କଳା ଦିବସ ଭାବରେ ପାଳନ କରାଯାଉଥିଲା ଆଜି ସେହି ଅଞ୍ଚଳରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି ଗ୍ରାମବାସୀ। କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିକାରୀ ଙ୍କ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ମାଓବାଦୀ ନିଜର ଦବଦମ ଦେଖଗାଇ ବାସୁଥିଲେ ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସରକାରୀ ଙ୍କ ଅନେକ ଯୋଜନା ରେ ଧୀରେ ଧୀରେ ଲୋକେ ସାମିଲ ହେବା ପରେ ଆଜି ଦେଶ ସ୍ଵାଧୀନ ହେବ ପରଠାରୁ ପ୍ରଥମ ଥର ପାଇଁ ତ୍ରିଲୋଚନପୁର ପଞ୍ଚାୟତ ର ଫୁଲଡୁମେର ଗାଁରେ ଗ୍ରାମବାସୀ ଓ ସ୍ଥାନୀୟ ବିଡ଼ିଓ ଜିତେନ୍ଦ୍ର ମିଶ୍ର ଙ୍କ ଉପସ୍ଥିତି ରେ ସ୍ୱାଧୀନତା ଦିବସ ପାଳନ କରିବା ସହ ଘରେ ଘରେ ତ୍ରିରଙ୍ଗା ଲଗାଇଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More