ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ପ୍ରଦାନ କରାଯିବ ଭାରତର ବେସାମରିକ ସମ୍ମାନ ଭାରତରତ୍ନ, ସବୁଠି ଉତ୍ସାହର ମାହୋଲ

88

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ବିଜେପି ଦଳର ନିର୍ମାତା ତଥା ମୁଖ୍ୟ ପୂରୋଧା ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ଭୂଷିତ କରାଯିବ । ଗତକାଲି ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଭାରତ ରତ୍ନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ । ହେଲେ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ରାଷ୍ଟ୍ରପତି ଭବନରେ ଗତକାଲି ଉପସ୍ଥିତ ହୋଇପାରି ନଥିଲେ । ଆଜି ତାଙ୍କ ବାସଭବନକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବହୁ ବଡ଼ ବଡ ନେତା ତାଙ୍କ ବାସଭବନକୁ ଯାଇ ଆଡଭାନୀଙ୍କୁ ଏହି ଭାରତ ରତ୍ନରେ ସମ୍ମାନିତ କରିବେ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଉତ୍ସାହର ମାହୋଲ ଦେଖାଯାଇଥିବା ବେଳେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More