ଲାଞ୍ଜିଗଡରେ ପୁଣି ହାତୀ ଉପଦ୍ରଵ, ଘର ଭାଙ୍ଗିଲେ,କାନ୍ଥ ପଡି ୨ ଆହତ

10

Get real time updates directly on you device, subscribe now.

  • କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା – ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ ସେକ୍ସନ ବସନ୍ତପଡା ପଞ୍ଚାୟତର ନିୟମଗିରି ପାହାଡର ପାଦ ଦେଶର ଥିବା ରେଙ୍ଗପାଲି ଛକ ନିକଟରେ ଏକ ଫ୍ଲାଇଆସ ଫେକ୍ଟେରିରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି।ଗତ ରାତିରେ ୧୦ ରୁ ଉର୍ଦ୍ଧ୍ବ ହାତୀପଲ ନିୟମଗିରି ଜଙ୍ଗଲରୁ ଆସି ପ୍ରଥମେ ଫେକ୍ଟେରିର ଡିଜି କୁ ଭାଙ୍ଗିବା ଉଦ୍ୟମ କରି ଡିଜି ସାଇଟ କରିଥିବା ଦେଖିବାକୁ ମିଳିଛି।ଏହା ପରେ ନିକଟରେ ଥିବା ଶ୍ରମିକ କଲୋନୀରେ ଘର କାନ୍ଥ ଭାଙ୍ଗିବା ସହିତ କୋଠରୀରେ ଶୋଇ ଥିବା ୧୦ ଶ୍ରମିକ ମଧ୍ୟରୁ ୨ ଶ୍ରମିକ ଆହତ ହୋଇଥିବା ପ୍ଲାଇଆସ ଫେକ୍ଟେରି ମାଲିକ ସଦାନନ୍ଦ ନାଏକ ପ୍ରକାଶ କରିଛନ୍ତି। ସୂଚନାମତେ ଏହି ହାତୀପଲ ଗତ ବୁଧବାର ରାତିରେ ଲାଞ୍ଜିଗଡ ବ୍ଳକର ବସନ୍ତପଡା ଗ୍ରାମର ପ୍ରକାଶ ମାଝୀଙ୍କ କଦଳୀ, ସପୁରୀ, ଆମ୍ବ ବଗିଚାକୁ ମାଡି ଚକଟି ନଷ୍ଟ କରି ଦେଇଥିବା ବେଳେ, ପ୍ରକାଶଙ୍କ ଚାଷ ଜମିର ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ।ଏହାପରେ ହାତୀପଲ ନିକଟସ୍ଥ ନେତ୍ର ମାଝୀଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ।ଏହାପରେ ହରି ମାଝୀଙ୍କ ଘର ଭାଙ୍ଗିବା ସହ ଶୈଚାଳୟ ଓ କଦୁଳୀ ବଗିଚାକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ କରିଥିଲେ। ଗୁରୁବାର ଦିନ ଏହି ହାତୀପଲ ନିକଟସ୍ଥ ନିୟମଗିରି ଜଙ୍ଗଲରେ ରହିଥିବା ଜାଣିପାରି ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଏଲିଫେଣ୍ଟ ସ୍କୁଆଡ଼ମାନେ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଥିବା ବେଳେ ପୁନର୍ବାର ମଧ୍ୟ ଗତ ରାତିରେ ହାତୀପଲ ବସନ୍ତ ପଡା ଗ୍ରାମକୁ ଆସିଥିବା ବେଳେ ବନ ବିଭାଗ ଓ ଗ୍ରାମବାସୀ ଜଗିରହିଥିବାଯୋଗୁଁ ସେଠାରୁ ଜଙ୍ଗଲ ପଟେ ଚାଲି ଯାଇଥିଲେ।ଏହାପରେ ଏହି ହାତୀପଲ ରେଙ୍ଗପାଲି ଗାଁ ଛକ ନିକଟରେ ଥିବା ଜଗନ୍ନାଥପୁର ଗ୍ରାମର ସଦାନନ୍ଦ ନାଏକଙ୍କ ପ୍ଲାଏଆସ ଫେକ୍ଟେରିକୁ ଆସି ଜେନଲେଟର କୁ ଭାଙ୍ଗିବା ଉଦ୍ୟମ କରିଥିଲେ।କିନ୍ତୁ ନଭାଙ୍ଗି ଡ଼ିଜି କୁ ସାଇଟ କରିଦେଇ ଥିଲେ।ଏହାପରେ ନିକଟରେ ଥିବା ଶ୍ରମିକ କଲୋନୀ ଘରକୁ ହାତୀ ଭାଙ୍ଗିବା ଫଳରେ କୋଠରୀ ଭିତରେ ୧୦ ଜଣ ଶ୍ରମିକ ଦେବାଶିଷ, ଅନୁପ, ଚଞ୍ଚଳ, ସାଗର,ନାରାୟଣ,ସୁବଳ ସମେତ ଅନ୍ୟମାନେ ଶୋଇଥିଲେ।ହାତୀ କାନ୍ଥକୁ ଧକ୍କା ଦେବା ଫଳରେ କାନ୍ଥରୁ ଇଟା ପଡି ୨ ଜଣ ଶ୍ରମିକ ସୁବଳ ଓ ନାରାୟଣ ଆହତ ହୋଇଛନ୍ତି।ଏହାପରେ ହାତୀପଲ ଜଗନ୍ନାଥ ପୁର ଗାଁର ଚନ୍ଦ୍ର ଶେଖର ମହାନନ୍ଦଙ୍କୁ କପା ଚାଷକୁ ମାଡି ଚକଟି ନଷ୍ଟ କରି ନିୟମଗିରି ଜଙ୍ଗଲକୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ହାତୀର ଗତିବିଧିକୁ ଲକ୍ଷ୍ୟ କରି ସେହି ଅଞ୍ଚଳରେ ବନ ବିଭାଗର ନିର୍ଦ୍ଦେଶ କ୍ରମେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ କଟା ଯାଉଛି।ଯାହା ଫଳରେ ଅନ୍ଧାରର ସୁଯୋଗ ନେଇ ହାତୀପଲ ଗାଁ ମୁହାଁ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଖବର ପାଇ ଲାଞ୍ଜିଗଡ ସେକ୍ସନ ଦାଇତ୍ୱରେ ଥିବା ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ ଗତ କାଲି ଭାଙ୍ଗିଥିବା ବସନ୍ତପଡାର ଘର ଓ ଫ୍ଲାଏଆସ ଫେକ୍ଟେରି ଆସି ଘଟଣାର ଆକଳନ କରିଛନ୍ତି।ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More