ରାଜଗାଙ୍ଗପୁର (ସଂଘର୍ଷ ମିଡିଆ) : – ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଗୁରୁଦ୍ୱାରା ରାସ୍ତା ସମ୍ବୁଖରେ ବହୁ ପୁରୁଣା ମାଲିକ ବିଶେଶ୍ୱର ଓ ତାଙ୍କ କର୍ମଚାରୀ ସାଇକେଲ ଦୋକାନରେ ନୂଆ ପୁରୁଣା ସାଇକେଲ ମରାମତି କରନ୍ତି ହେଲେ ଦୋକାନ ପଛ ପଟେ ହଟାତ ରଖା ଯାଇଥିବା ପୁରୁଣା ଟାଏରରେ ହୁ ହୁ କରି ନିଆଁ ଜଳୁଥିବା ଦେଖିପାରିଥିଲେ l ପ୍ରଚଣ୍ଡ ଖରା ହେଉଥିବରୁ ନିଆଁ ଆଖ ପାଖ ଗଛରେ ଲାଗିଯାଇଥିଲା l ତୁରନ୍ତ ଆଖ ପାଖ ଲୋକେ ପହଂଚି ନିଆଁ ନିଭେଇବାକୁ ପ୍ରୟାସ କରିଥିଲେ ହେଲେ ନିଆଁ ଆୟତ୍ତ ହୋଇ ପାରିଥିଲା ଏବଂ କିଛି ସମୟ ପରେ ଓଡିଶା ଅଗ୍ନିଶମ ବିଭାଗ ଗାଡି ପହଂଚି ନିଆଁ ଲିଭେଇ ବାକୁ ସାହାଯ୍ୟ କରିଥିଲେ l ଲୋକ ଲୋଚନରେ ଆଲୋଚନା ହେଉଛି ଯେ କିଛି ମିଟର ଦୂରରେ ଓସିଏଲ ଦ୍ୱାରା ନିୟୋଜିତ ଅଗ୍ନିଶମ ସୁବିଧା ରହିଥିଲେ ମଧ୍ୟ୍ୟ ଏହା କେବଳ ନାଁକୁ ମାତ୍ର ହେଲେ ଏହା ସୁବିଧା ଜନକ ନୁହେଁ l ଆଖ ପାଖ ଲୋକଙ୍କ ଦ୍ୱାରା ସାହାଯ୍ୟ ପାଇ ନିଆଁ ଆୟତ୍ତ ହୋଇଥିଲା ଏବଂ କାହାରି କିଛି କ୍ଷତି ହୋଇ ନ ଥିବା ଜଣା ପଡିଛି l ରାଜଗାଙ୍ଗପୁରରୁ ସମ୍ବାଦଦତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।