ମାହାଙ୍ଗା ( ସଂଘର୍ଷ ମିଡିଆ ) : ମାହାଙ୍ଗା ବ୍ଲକ୍ ଲଳିତଗିରି ପଞ୍ଚାୟତ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ପଞ୍ଚାୟତ ସ୍ତରିୟ କରୋନା ସଚେତନ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଲଳିତଗିରି ପଞ୍ଚାୟତର ଲଳିତଗିରି ଏବଂ ପୁରୁଷତ୍ତମପୁର ଦୁଇଟି ଗାଁ କଲ୍ୟାଣ ସମିତି ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପୁରୁଷତ୍ତମପୁର ଗୋବିନ୍ଦଜୀଉ କ୍ଲବ୍ ନିକଟରୁ ମହାମାରୀ କରୋନା ସଂକ୍ରମଣ ମୁକାବିଲା ପାଇଁ ସଚେତନା ପଦଯାତ୍ରା ଆରମ୍ଭ କରାଯାଇ ଲଳିତଗିରି ସବୁ ଗାଁ ପରିକ୍ରମା କରାଯାଇଥିଲା । ଦୁଇ ଗାଁର ସମସ୍ତ ସଦସ୍ୟ କୋରନା ସଚେତନା ବାର୍ତ୍ତା ପ୍ରଚାର କରିବାସହ ସ୍ଲେଗାନ୍ ଦେଇ ଗାଁ ପରିକ୍ରମା କରିଥିଲେ। ଗାଁ କଲ୍ୟାଣ ସମିତି ପକ୍ଷରୁ ଏହି ପଦଯାତ୍ରା ଲଳିତଗିରି ହାଇସ୍କୁଲ୍ ନିକଟରେ ସମ୍ପନ୍ନ ହୋଇଥିଲା । ଲଳିତଗିରି ପଞ୍ଚାୟତ ସରପଞ୍ଚ ସୁଜାତା ସିଂହଙ୍କ ପକ୍ଷରୁ ରୁଦ୍ରନାରାୟଣ ସିଂହ ୨ଟି ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ସଦସ୍ୟ ସଦସ୍ୟାଙ୍କ ସମେତ ଆଶା ଦିଦି ,ଅଙ୍ଗନୱାଡି କର୍ମୀ,ସ୍ୱାସ୍ଥକର୍ମୀ ପ୍ରୀୟକାନ୍ତ ପାର୍ଥସାରଥୀ ମହାରଣା,ମିନାରାଣୀ ମହାନ୍ତି,ଉଦ୍ଧବ ଚରଣ ମଲ୍ଲିକ,ସଞ୍ଜୟ ବାରିକ୍,ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୁଦନ ଦାସ,ଅଭିଯାନର ସଭାପତି ଅକ୍ଷୟ ମାହାନ୍ତି,ବଳରାମ ବେହେରା,ରଞ୍ଜନ ସ୍ୱାଇଁ,ନାୟବ ସରପଞ୍ଚ ତନ୍ମୟ ବେହେରା,ନିବେଦିତା ଦାସ,ସ୍ୱାସ୍ଥକର୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା କରୋନା ସଚେତନା ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।