ରାଉରକେଲା(ସଂଘର୍ଷ ମିଡିଆ) : , ୨୧ ଜୁଲାଇ ୨୦୨୨: ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା ‘ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ’ କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି। ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି ‘ସହରାଞ୍ଚଳ ଲିଡରସିପ୍’ କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟ ସିଟି ଭାଗ ନେବାକୁ ନିମନ୍ତ୍ରିତ ହୋଇଛି। । ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ‘‘ରାଉରକେଲା ସହରକୁ ସ୍ଵଚ୍ଛ ଏବଂ ସୁନ୍ଦର କରି ଗଢ଼ି ତୋଳିବା ସହ ଶିଶୁ ଅନୁକୂଳ ସହର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଯେଉଁ ସୁଯୋଗ ମିଳିଛି ତାହା ଆମକୁ ସେ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିବ। ସମସ୍ତଙ୍କର ସହଯୋଗ ପାଇଁ ରାଉରକେଲାକୁ ଏଭଳି ସଫଳତା ମିଳିପାରିଛି ବୋଲି କହିଛନ୍ତି “,ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର।ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମଧ୍ୟ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରତିିନିଧି ରାନୁ ମହାପାତ୍ର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।