ଲଘୁଚାପ ବର୍ଷାରେ ଧୋଇଗଲା ଦାରିଙ୍ଗବାଡିରୁ ରାଇକିଆ ସଂଯୋଗ ରାସ୍ତା, ଯାତାୟାତରେ ବାଧାପ୍ରାପ୍ତ

11

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : -ଲଘୁଚାପ ଜନିତ ବର୍ଷା ଯୋଗୁ ରାଇକିଆରୁ ଦାରିଙ୍ଗବାଡି ସଂଯୋଗ କରୁଥିବା ଆରଡ଼ି ରାସ୍ତା ଧୋଇ ହୋଇଯିବା ଫଳରେ ଯାତାୟାତରେ ବାଧାପ୍ରାପ୍ତ |ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡ଼ି ପଞ୍ଚାୟତ ମୁରୁଡିକୂପା ଆରଡ଼ି ରାସ୍ତା ଲଘୁଚାପ ଜନିତ ବର୍ଷା ରେ ଧୋଇ ହୋଇଯାଇଛି |ଯାହା ଫଳରେ ଯାତାୟାତ ବାଧା ପ୍ରାପ୍ତ ହେବା ସହ ଯାତ୍ରୀମାନେ ବିଭିନ୍ନ ଯାତାୟାତ ରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି |ରାଜ୍ୟ ସୋରକାର ଡିଣ୍ଡିମ ପିଟୁଛନ୍ତି ଗାଁ କୁ ରାସ୍ତା ମାଁ କୁ ସମ୍ମାନ ବୋଲି |କିନ୍ତୁ କନ୍ଧମାଳ ଜିଲ୍ଲାର କିଛି ଅସାଧୁ କର୍ମଚାରୀ ଙ୍କ ପାଇଁ ଏଭଳି ଯୋଜନା ଗୁଡ଼ିକ କନ୍ଧମାଳ ଜିଲ୍ଲାରେ ଅନେକ ଯୋଜନା ସଫଳ ରୂପାୟନ ହୋଇପାରୁନି। ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛିଜେ 5ରୁ 6ଦିନ ହେଲାଣି ଲୋକମାନେ ଯାତାୟାତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ JE ବାବୁଙ୍କର ଦେଖା ମିଳୁନାହିଁ |ସରକାରୀ ବାବୁ ମାନେ ଗୋଡ ଉପରେ ଗୋଡ ଲଦି ହୋଇକି କୁମ୍ଭକର୍ଣ୍ଣ ନିଦରେ ଶୋଇପଡ଼ିଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେଉଛି |ଲୋକମାନେ ଆଜି ପର୍ଯ୍ୟନ୍ତ ନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇପାରୁଛନ୍ତି ନା କୋଣସି ବ୍ୟକ୍ତି ଗତ କାମରେ ଯାଇପାରୁଛନ୍ତି। ଗତ ତିତିଲି ସମୟରେ ମୁଖ୍ୟ ରାସ୍ତା ଯାହା ପୋଲ ପୂର୍ବରୁ ଥିଲା ତାହା ଭାଙ୍ଗି ଯାଇଛି ।ସରକାରଙ୍କ ଦ୍ଵାରା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା ସଂଯୋଗ ହୋଇ ରାଇକିଆ ଠାରୁ ସିକକେତା ପର୍ଯ୍ୟନ୍ତ ସୁନ୍ଦର୍ ରାସ୍ତା ହେଲା କିନ୍ତୁ ଏହି ପୋଲ ଆଉ କାମ କଲେ ନାହି କଣ୍ଟ୍ରାକଟର ନା JE ଓ କଣ୍ଟ୍ରାକଟର ସହିତ ମଧୁ ଚନ୍ଦ୍ରିକା ହୋଇ ସାଧାରଣ ଜନତାଙ୍କୁ ହୋଇରାଣ ହୁଅନ୍ତୁ ବୋଲି ଅଣଦେଖା କରୁଛନ୍ତି । ତିତିଲି ବାତ୍ୟାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର କାହିକି ଅଣଦେଖା ଏହି ପୋଲ ଉପରେ ।ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳିର ବିଧାୟକ ସବୁବେଳେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି କିନ୍ତୁ ଆଜି ସେ ମଧ୍ୟ୍ୟ ଏହି ରାସ୍ତା ପ୍ରତି ଦରଦ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । JE ବାବୁଙ୍କର ଏବଂ ଠିକାଦାର କର ମଧୁଚନ୍ଦ୍ରିକା ଯୋଗୁ ରାସ୍ତା ଟି ପୂର୍ବରୁ ନିମ୍ନମାନରେ ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଜନସଧାରଣରେ ଅଭିଯୋଗ ହୋଇଛି।ତେଣୁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହି ରାସ୍ତା ପ୍ରତି ଗୁରୁତ୍ୱ ଦେବାସହ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବୀ ହୋଇଛି।କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More