ଲଘୁଚାପ ଜନିତ ଲଗାଣ ବର୍ଷାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେଲେ ପରିବା ଚାଷୀ

25

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଖାରୁ ଚାଷ ଲଘୁଚାପ ଜନିତ ଲଗାଣ ବର୍ଷାରେ ନଷ୍ଟ। କଖାରୁ ଚାଷୀ ଏବେ ଧାର କରଜ ଟଙ୍କା ଶୁଝିବା ଚିନ୍ତାରେ। ପରିବାର ପ୍ରତିପୋଷଣ କରିବା କଷ୍ଟକର। କଟକ ଜିଲ୍ଲା ସାଲେପୁର ବ୍ଲକ ମହାନଦୀ ଚିତ୍ରୋତ୍ପଳା ଅବବାହିକାରେ ଶହ ଶହ ଏକର କଖାରୁ ଚାଷ ଲଘୁଚାପ ଜନିତ ଲଗାଣ ବର୍ଷାରେ ନଷ୍ଟ। ସାଲେପୁର ଅଞ୍ଚଳ ମୁଖ୍ୟତ ଶିଶୁଆ,ତେନ୍ତୋଳ, ଜଳହରି, ପାଟପୁର, କାଠାହାର, ଆତୋଡା, ପୂର୍ବକଛ, ମଧ୍ୟକଛ, ବାରବୋଡ଼ିଆ ଅଞ୍ଚଳ ର ଶହ ଶହ ଏକର ଚାଷୀ କରିଥାନ୍ତି କଖାରୁ ଚାଷ। ଏଥିରୁ ବେଶ ଭଲ ଦୁଇ ପଇସା ଲାଭ କରି ପରିବାର ପ୍ରତିପୋଷଣ କରିଥାନ୍ତି ହେଲେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉଜାଡି ଦେଲା କଖାରୁ ଚାଷକୁ। ଏ ହେଉଛି କଟକ ଜିଲ୍ଲାର ସାଲେପୁର କୃଷିଜିଲ୍ଲା ଅଧୀନ ମହାନଦୀ ଚିତ୍ରୋତ୍ପଳା ଅବବାହିକାର କଖାରୁ କ୍ଷେତର ଦୃଶ୍ୟ। ସାଲେପୁର ଅଞ୍ଚଳର ମୁଖ୍ୟତ ଶିଶୁଆ, ତେନ୍ତୋଳ, ଜଳହରି,ପାଟପୁର, କାଠାହାର, ଆତୋଡ଼ା, ବାରବୋଡ଼ିଆ ଅଞ୍ଚଳର ଶହ ଶହ ଏକର ଚାଷଜମିରେ ଚାଷୀ କରିଥାନ୍ତି କଖାରୁ ଚାଷ। ଯେଉଁ ଆଡୁ ଚାହିଁବେ ଖାଲି କଖାରୁ ଗଛ ଦେଖିବାକୁ ମିଳିବ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ରେ କଖାରୁ ଗଛ ମରି ପଚିଶଢ଼ୀ ଯିବାସହ କଖାରୁ ସବୁ ପଚିଶଢି ବାକୁ ଲାଗିଲାଣି। ଚାଷୀ ତରବର ହୋଇ କଖାରୁ ସବୁ କଞ୍ଚା ଅବସ୍ଥାରେ ତୋଳି ବେପାରୀ କୁ କମ୍ ଦର ରେ ବିକ୍ରୀ କରି କ୍ଷତି ସହିବାକୁ ପଡୁଛି।ଜିଲ୍ଲା ଓ ରାଜ୍ୟ ବାହାରରୁ ବେପାରୀ ଆସି କଖାରୁ ଟ୍ରକ ରେ ଲୋଡ କରି ନେଇଥାନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଷ୍ଟ ହେତୁ ଆଉ ବାହାର ଜିଲ୍ଲା ଓ ରାଜ୍ୟ କୁ କଖାରୁ ବିକ୍ରୀ କରି ଚାଷୀ ଯେଉଁ ଲାଭ କରୁଥିଲା ତାହା ଆଉ ହୋଇପାରିବ ନାହିଁ ବୋଲି ଚାଷୀ କହିଛନ୍ତି। କଖାରୁ ଚାଷ ପାଇଁ ଚାଷୀ ବ୍ୟାଙ୍କ ରୁ ଋଣ ସହ ଧାର କରଜ କରି କରିଥିଲା ଏକର ଏକର କଖାରୁ ଚାଷ। ମଞ୍ଜି,ସାର ଦୋକାନ ରୁ ମଧ୍ୟ ବାକି ରେ ଆଣି ଲଗାଇଥିଲା କଖାରୁ ହେଲେ ଲଘୁଚାପ ଜନିତ ଲଗାଣ ବର୍ଷାରେ କଖାରୁ ଚାଷ ନଷ୍ଟ ହେବା ହେତୁ ଚାଷୀ ଟଙ୍କା ଶୁଝିବା କଷ୍ଟକର ହୋଇପଡିଛି।ପରିବାର ପ୍ରତିପୋଷଣ କଥା ପଚାରେ କିଏ। ସରକାର ଯଦି ଋଣ ଛାଡ ସହ ରିହାତି ମୁଲ୍ୟରେ ସାର, ମଞ୍ଜି ସହ ବିନା ସୁଧରେ ଟଙ୍କା ଯୋଗାଇ ଦେବାକୁ ଦାବୀ କରିଛନ୍ତି। କଖାରୁ ଚାଷକୁ ସରକାର ପ୍ରୋତ୍ସାହନ ସହ ଚାଷୀ କୁ ସହାୟତା ଯୋଗାଇଦେଲେ ଚାଷୀ ପୁନର୍ବାର ଚାଷ କରି ପରିବାର ପ୍ରତିପୋଷଣ କରିପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More