ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଥିବା ଘରସବୁ ବୁଲି ଦେଖିଲେ ତହସିଲଦାର

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ଜାରି ରହିଥିବା ଲଘୁଚାପ ପରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳ ରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଆଜି ଆର ଆଇ ଶ୍ରୀ ବସନ୍ତ କୁମାର ବିଶୋଇଙ୍କୁ ସାଙ୍ଗରେ ଧରି ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି ଝରୀଗାଁ ତହସିଲଦାର ଶ୍ରୀ ହୃଷୀକେଶ ଗଣ୍ଡ l ଫୁଫୁଗାଁ ରାଜସ୍ବ ମଣ୍ଡଳ ଅନ୍ତର୍ଗତ ଭାଲୁ କନାଡି,ପାଲିଆ, ବେଲଝରୀ ଓ ଅନ୍ୟାନ୍ୟ ଗ୍ରାମ ମାନଙ୍କ ରେ କଚ୍ଚାଘର ଭାଙ୍ଗିଥିବା ପ୍ରଭାବିତ ଲୋକଙ୍କ ପାଖରେ ନିଜେ ଯାଇ ପହଂଚି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ତହସିଲଦାରଙ୍କ ସହ ଆର ଆଇ ଶ୍ରୀ ବସନ୍ତ କୁମାର ବିଷୋୟୀ ମଧ୍ୟ ସାଙ୍ଗରେ ଘର ଘର ବୁଲି କ୍ଷୟକ୍ଷତିର ଆକଳନ କରିଛନ୍ତି । ବିଭାଗୀୟ ସୂଚନାନୁସାରେ ଫୁଫୁଗାଁ ରାଜସ୍ୱ ମଣ୍ଡଳ ର ତିନୋଟି ଗାଁରେ ପ୍ରାଥମିକ ଆକଳନ ଅନୁସାରେ ସମୁଦାୟ ୨୬ ଜଣଙ୍କ ମାଟି ଘର ଭାଙ୍ଗିଥିବା ଜଣାପଡିଛି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ତରଫରୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ତହସିଲଦାର ଶ୍ରୀ ବିଷୋୟୀ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More