ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ ,ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେନି ଅଧିକାରୀ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : –ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା ଗ୍ରାମ ପଞ୍ଚାୟତ ଗତ ଲଗାଣ ବର୍ଷାରେ ମାଟି ଘର ଟିଣ ଘର ସବୁ ଭାଙ୍ଗି ଯାଇଛି। କାମତା ଠାରୁ ପାପଡାହାଣ୍ଡି ବ୍ଲକ୍ ମଧ୍ୟରେ କାମତା ପୋଲ ସଂପୂର୍ଣ ବିପଦ ପୁର୍ଣ୍ଣ ହୋଇରହିଛି। ସେହିଭଳି କାମତା ଠାରୁ କଂଗରା ଗ୍ରାମ ପଞ୍ଚାୟତ ମଧ୍ୟରେ ଥିବା ଦୁଃଖୁଗୁଡ଼ା ପୋଲ ଭାଙ୍ଗି ଦୁଇଫାଳ ହୋଇ ଯାଇଛି ଯାହା ଫଳରେ ଯୋଗା ଯୋଗ ସମ୍ଭବ ପର ହୋଇପାରିନାହିଁ। କାମତା ମୂଲିଆ ସାହି ମଧ୍ୟରେ କାଦୁଅରେ ସାହି ରାସ୍ତା ପୂର୍ଣ୍ଣ ହୋଇ ରହିଛି। ଗତବର୍ଷ ଏହି ସାହି ରାସ୍ତା ନିର୍ମାଣ ପାଇଁ ଅନେକ ନେତା ସରକାରୀ ବାବୁ ପମ୍ପା ପ୍ରତିଶୃତି ଦେଇ ସାହି ବାସୀଙ୍କୁ ବୋକା ବନାଇଲେ, ଲଗାଣ ବର୍ଷା ରେ ଗ୍ରାମ ର ରଞ୍ଜିତ ସୁନା, ଟଙ୍କଧର ହରିଜନ, ହରି ସୁନା, ଖଗପତି ଭତ୍ରା,ନୀଳ ସଗରୀଆ,ଦୟାଦାନ ନାଗ,ରାଜୁ ବାଘ, ଜମ୍ଭି ନାୟକ ବୁଲୁ ଛାତି, ଡୁମ୍ବର କୋର୍କରା, କାମତା ସରପଞ୍ଚ ପ୍ରତ୍ୟେକ ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରି ଉପରସ୍ତ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ସେହିଭଳି ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହୀର୍ମିମୁଣ୍ଡା ଗ୍ରାମ ବତେଶ କର୍କରା ମାଟି ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିଭଳି ଝରିଗୁମା,ଲାମତାଗୁଡ଼ା,ମଞ୍ଚାଗାଁ ଦିଗୀ ଗ୍ରାମ ପଞ୍ଚାୟତ ବି ବର୍ଷା ରେ ଘର ଭାଙ୍ଗି ଥିବା ସୂଚନା ମିଳିଛି ହେଲେ ରାଜସ୍ୱ ବିଭାଗୀୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦୈନିକ ବ୍ଲକ୍ ର କେତେ ଘର ଭାଙ୍ଗି ଯାଇଛି ଜଣା ପଡିବ। ତହସିଲ କାର୍ଯ୍ୟଳୟ ଠାରୁ ମାତ୍ର ୪୪ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି ।ହେଲେ କିନ୍ତୁ ଢେର୍ ବଢିବ ବୋଲି ଅଞ୍ଚଳବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More