ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତାର ହାତ ବଢ଼ାଇଲେ ଯୁବ ସମାଜସେବୀ ନୀଳ ମାଧବ

9

Get real time updates directly on you device, subscribe now.

 କଳାହାଣ୍ଡି(ସଂଘର୍ଷ ମିଡିଆ) : -  କଳାହାଣ୍ଡି ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହି ବର୍ଷାରେ ଝାଟି ମାଟି ଘରେ ରହୁଥିବା ପରିବାର ପାଇଁ ଦୁଃଖ ପାଲଟିଛି । ଏହି ଜିଲ୍ଲାର କର୍ଲାମୁଣ୍ଡା ,ବ୍ଲକର ରିଷିଡା ଗ୍ରାମ ପଞ୍ଚାୟତ ଅଧିନ କୁମ୍ଭାର ପଡାର ସ୍ବର୍ଗତ ଗନ୍ଧର୍ବ ରଣାଙ୍କ ସ୍ତ୍ରୀ ତୁଳସା ରଣାଙ୍କ ଘର ଭାଙ୍ଗି ଯାଇଛି । ଯାହା ଫଳରେ ସେ ବହୁତ ଅସୁବିଧା ଭୋଗୁଛନ୍ତି । ଏହି ଖବର ସାମ୍ବାଦିକ ସୁଶାନ୍ତ ମଲ୍ଲିକ ଏବଂ ମହେନ୍ଦ୍ର ପ୍ରଧାନୀ, ଶୁଣିବା ପରେ ସେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ରାଜପରିବାରର ଯୁବ ସମାଜସେବୀ ଯୁବନେତା ନୀଳମାଧବ ସିଂଦେଓଙ୍କୁ ଅବଗତ କରିଥିଲେ । ସେ ସଂଙ୍ଗେ ସଂଙ୍ଗେ ତୁଳସାଙ୍କୁ  ସହାୟତାର ହାତ ବଢ଼ାଇଛନ୍ତି । ସ୍ବର୍ଗତ ଗନ୍ଧର୍ବ ରଣାଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ସେ ସବୁ ବେଳେ ସବୁ ସମୟ ରେ ଲୋକଙ୍କ ସହ ଜଡିତ ହୋଇରହି ଆସୁଛନ୍ତି । ଲୋକଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀରେ ଥାଇ ମଧ୍ୟ ଖବର ଶୁଣିବା ମାତ୍ରେ ସାଙ୍ଗେ ସାଙ୍ଗେ ସହାୟତା ପଠେଇଥିଲେ । ଏଭଳି ମହତ କାର୍ଯ୍ୟ ସେ ସବୁବେଳେ କରି ଆସୁଥିବାରୁ ତାଙ୍କୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଯଦି ସରକାରୀ ସହାୟତା କଥା କହିବା ଏହି ଖବର ବ୍ଲକ ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଣାଯାଇ ଗନ୍ଧର୍ଵ କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ସାହାଯ୍ୟ କିମ୍ବା ସହାୟତା ମିଳିନାହିଁ ସରକାରୀ ସ୍ତରରୁ । ସରକାର ଏଭଳି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ରେ ବିଳମ୍ବ କରୁଛନ୍ତି କାହିଁକି ? କେବଳ ସହାୟତା ଦିଆଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ତାହା ପାଣିର ଗାର ପାଳଟୁଛି । ଗନ୍ଧର୍ବ ରଣାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି । କେବେ ସରକାରୀ ସହାୟତା ମିଳୁଛି ତାହା ଦେଖିବାକୁ ବାକି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More