ନବରଙ୍ଗପୁର(ସଂଘର୍ଷ ମିଡିଆ) : — ଆଙ୍କର-ଲଗାଣ ବର୍ଷାରେ ଘର ଭାଙ୍ଗି ପରିବାର ଲୋକ ହେଲେ ହଇରାଣ ।ଅନ୍ୟ ଘରେ ରହୁଛନ୍ତି ଦୁଇ ପରିବାରର ୧୧ ଜଣ।ମାଟିକାନ୍ଥ ଘର ଏହି ବର୍ଷାରେ ଭୁଶୁଡି ପଡିବା ପରେ ନିଜ ପରିବାର ସହିତ ଶୋଇବା ରହିବା ମୁସ୍କିଲ ହୋଇଛି ।ବର୍ଷା କାଳୀନ ସମୟରେ କୁଲି କରି ପେଟ ପୋଷଣ କରିବେ ନା ଘର କାମ କରିବେ ଏନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି ।ଏପରି ଦୃଶ୍ୟ ରହିଛି ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଗଣ୍ଡଭଟା ଗ୍ରାମରେ ।ଏହି ଭଙ୍ଗା ଘରେ ରହୁଥିଲେ ଦୁଇ ଭାଇ ।ଜୟରାମ ବିନ୍ଧାଣି ସ୍ତ୍ରୀ ଲକ୍ଷ୍ମୀ ବିନ୍ଧାଣି, ତିନଟି ପୁଅ ଓ ଲକ୍ଷ୍ମଣ ବିନ୍ଧାଣି ସ୍ତ୍ରୀ ତୁଳସା ବିନ୍ଧାଣି ଚାରଟି ପୁଅଝିଅ ।କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏହି ଦୁଇ ପରିବାର ରହୁଥିଲେ ଗୋଟିଏ ଘରେ ।ଘର ଭାଙ୍ଗିବା ପରେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି ଏହି ପରିବାର ସଦସ୍ୟ ମାନେ ।ସରକାରଙ୍କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆବାସ ଯୋଜନାରେ ସାମିଲ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଏମାନଙ୍କ ପାଖେ ପହଞ୍ଚି ପାରିନାହିଁ ସରକାର ଙ୍କ ଆବାସ ଜୋଜନା ।ପରିବାର ଲୋକ ସଂଖ୍ୟା ଅଧିକ ଥିବା ଅନ୍ୟ ଘରେ ଅଧିକ ଦିନ ରହିବା ଅସମ୍ଭବ ଅଟେ । ଏଣୁ ପ୍ରଶାସନ ସରକାରଙ୍କ ମୌଳିକ ଅଧିକାର ଏମାନଙ୍କୁ ଦିଆଯିବାକୁ ସାଧାରଣରେ ଦାବି ହୋଇଛି । ପ୍ରଶାସନକୁ ଘର ଖଣ୍ଡିଏ ଦେବାକୁ ଏହି ଦୁଇ ଭାଇ ଲକ୍ଷଣ ଓ ଜୟରାମ ବିନୀତ ଅନୁରୋଧ କରିଛନ୍ତି ।ଏନେଇ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ଅତିଶୀଘ୍ର ସରକାରଙ୍କ ମୌଳିକ ଅଧିକାର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ସରପଞ୍ଚ୍ ହେବତ ଏମିତି,ଲୋକଙ୍କ ଦୁଖ ବେଳେ ସାହାଜ୍ୟର ହାତ ବଢାଇବ।
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।
Get real time updates directly on you device, subscribe now.