ଲଗାଣ ବର୍ଷାରେ ବନ୍ୟା କ୍ଷତିଗ୍ରସ୍ତ ପ୍ରକୃତ ହିତାଧିକାରୀଙ୍କୁ କ୍ଷତି ସହାୟତା ପାଇଁ ବିଜେଡି ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ
କଟକ(ସଂଘର୍ଷ ମିଡିଆ ) : ଗତ ସେପ୍ଟେମ୍ବର 2021 ମସିହା ଲଗାଣ ବର୍ଷା ରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବହୁ ଅଂଚଳରେ ବନ୍ୟା ପାଣି ପଶି ବହୁ କଚା ଘର ଭାଙ୍ଗିଯିବା ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା !:ଏବେ ତହସିଲ ପ୍ରଶାସନ ପକ୍ଷରୁ ପ୍ରକାଶିତ ବନ୍ୟା କ୍ଷତିଗ୍ରସ୍ତ ତାଲିକାରେ ବହୁ ଜାଲିଆତି ହୋଇଥିବା ଜଣାପଡିଛି ! ଯାହାକୁ ନେଇ ଆଜି ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ନେତୃତ୍ୱରେ ମାହାଙ୍ଗା ତହସିଲ ରେ ପହଂଚି ତହସିଲଦାର ଉମାକାନ୍ତ ବିଶ୍ୱାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ! ଦୀପା malik, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, 40 ନମ୍ବର ବିଜେଡି ଜୋନ ସଭାପତି ନିରଞ୍ଜନ ବିଶ୍ୱାଳ, 41 ନମ୍ବର ବିଜେଡି ଜୋନ ସଭାପତି ନିରଞ୍ଜନ ପ୍ରଧାନ, ଛାତ୍ର ବିଜେଡି ସଭାପତି ତ୍ରିନାଥ ଜେନା, 39 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରିୟାଜୁଲ ହୋଦା, 40 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ,41ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠି, 42 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଞ୍ଚ ରାଜକିଶୋର ବଳ, ଯୁବ ସଂଗଠକ ସୁବାସ ଜେନା, ସମିତିସଭ୍ୟ ଦୁର୍ଗା ପ୍ରସାଦ ବାରିକ ଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ! ଏ ନେଇ ଆମ ପ୍ରତିନିଧି ପଚାରିବାରୁ ସେମାନେ ଯାହା କୁହନ୍ତି ଆସ ଶୁଣିବା