ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ରେ ଲଗାଣ ବର୍ଷାରେ ଯୋଡ଼ା ଆମ୍ବ ଠାରୁ ପଣସ ପୁଟ ମୂଖ୍ୟ ରାସ୍ତା ଗୋରା ସେଠୁ ବ୍ରିଜ ଉପରେ ପ୍ରାୟ ଦୁଇ ଫୁଟ ର ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ବେଳେ ବେଜିଂ ଗ୍ରାମ ଭିତରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମ ଗୁଡ଼ିକରେ ବର୍ଷା ଜଳ ନିଷ୍କାସନ ପାଇଁ ଉଚିତ ଡ୍ରେନ ବ୍ୟବସ୍ଥା ନ ଥିବା ବେଳେ ମୂଖ୍ୟ ରାସ୍ତା ଉପରେ ଥିବା ବ୍ରିଜ ଗୁଡ଼ିକ ବହୁତ ତଳୁଆ ରହିଛି ଆଗାମୀ ଦିନରେ ଯଦି ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ଜନ ସାଧାରଣଙ୍କୁ ଅନେକ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ। ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଆକର୍ଷଣ କରି ଏହାର ସୁମାଦାନ କରାଯାଉ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।