ଲକ ଡାଉନ ପାଇଁ ଘୁଞ୍ଚିଲା ଓଜେଇଇ ପରୀକ୍ଷା

16

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କରୋନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁର ମୁକାବିଲା ପାଇଁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମାକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ରେନ ଓ ବିମାନସେବାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଥିଲା। ଯାହାଫଳରେ ମେ ମାସ ପ୍ରଥମ ସପ୍ତାହରେ ହେବାକୁଥିବା ଓଜେଇଇ ବା ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଏହି ପ୍ରବେଶିକା ପରୀକ୍ଷା ପାଇଁ ରାଜ୍ୟର ବହୁ ପରୀକ୍ଷାର୍ଥି ଆବେଦନ କରିଛନ୍ତି। ଲକ ଡାଉନ ସମୟରେ ଗମନାଗମନ ବ୍ୟବସ୍ଥା ବନ୍ଦ ଥିବାରୁ ଏହି ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More