ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

11

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଝିରପାଣି ସ୍ଥିତ ମହିଳାମାନଙ୍କ ଦ୍ବାରା ଗଠିତ ଏକତା ଗୃପ ତରଫରୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ କରାଯାଇଥିଲା । ଝିରପାଣି ସାଇନିଂ କ୍ଲବ ଠାରେ ଏକତା ଗୃପର ସଭାପତି ବସୁମତି ମହାନ୍ତି ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାର ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ମା ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ସମସ୍ତ ଭକ୍ତଙ୍କ ମଧ୍ୟରେ ଖେଚୁଡି ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ଲତା, ରୀତା, ବନଜା, ଶର୍ମିଲା, ଅନିତା, ମନୋରମା, ନିରୁପମା, ଅଂଶୁପା, ସୁଷମା, ମମତା, କର୍ମିଲା, ଆରତୀ, ସୁଚିସ୍ମିତା, ନୀତା, ଅସ୍ମିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କ୍ଲବର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସଭାପତି ଶ୍ରୀମତୀ ମହାନ୍ତି ଓ ସଂପାଦିକା ଶ୍ରୀମତୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More