କଟକ(ସଂଘର୍ଷ ମିଡିଆ) : କଟକ ମହାନଗର ନିଗମ 59ନମ୍ବର ୱାର୍ଡ ଅନ୍ତର୍ଗତ ଫୁଲନଖରା ଠାରେ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଯୁକ୍ତ ଦୁଇ ପ୍ରଥମ ବର୍ଷର ପ୍ରାୟ 94 ଜଣ ଛାତ୍ରୀ ମୋନାଲିସା ପ୍ରଧାନଙ୍କ ତତ୍ୱାବଧାନରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ।ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଟକ ମହାନଗର ନିଗମର59 ନମ୍ବର ୱାର୍ଡ କର୍ପୋରେଟର ମମତା ମହାନ୍ତି,ମୁଖ୍ୟବକ୍ତା ପ୍ରତିଷ୍ଠାତା ସ୍ୱାଧୀନଚେତା ମହାନ୍ତି,ସଂମାନିତ ଅତିଥି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ର ଅଦ୍ଧ୍ୟାପିକା ସ୍ମରଣୀକା ଦାସ ,ସମାଜସେବୀ ବିପ୍ର ଚରଣ ଭୋଳ,କାନନ ବିହାରୀ ନାୟକ ପ୍ରମୁଖ ଯୋଗଦେଇଥିଲେ।ଅଦ୍ଧ୍ୟାପିକା ଅନସୂୟା ଆଚାର୍ଯ୍ୟ,ଇତିଶ୍ରୀ ମହାନ୍ତି,ରେଣୁପ୍ରିୟା ପଣ୍ଡା,ଡ଼.ପ୍ରଣୟ ବଲ୍ଲରି ମହାନ୍ତି,ପ୍ରତିଭା ପଟ୍ଟନାୟକ,ନିରୂପମା ନାୟକ,ହେମନ୍ତ କୁମାର ଦାସ,ଗୌତମ ଚନ୍ଦ୍ର ଦାସ ଓ ହେମନ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ରଙ୍କ କହିବାକଥା ବିଦ୍ୟାଳୟରେ ସ୍ଥାୟୀ ପ୍ରଶିକ୍ଷକ ନିଯୁକ୍ତି ଦେଇ ଆତ୍ମସୁରକ୍ଷା ଦିଆ ଗଲେ ନାରୀମାନେ ନିଜ ଉପରେ ଭରସା କରି ନିର୍ଦୋନ୍ଦ ରେ ପଦାକୁ ବାହାରି ପାରିବେ।ଆଜିର ଦିନରେ ପୁରୁଷମାନଙ୍କ ସମକକ୍ଷ ହୋଇପାରିଛନ୍ତି ମହିଳାମାନେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।