ଲକ୍ଷାଧିକ ଟଙ୍କାର ହାର୍ଡକୋକ ସହ ପିକଅପ ଭ୍ୟାନ ଜବତ

8

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଲକ୍ଷାଧିକ ଟଙ୍କାର ହାର୍ଡକୋକ ସହ ପିକଅପ ଭ୍ୟାନ ଜବତ। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର। ଏଭଳି ଘଟଣା ଘଟିଛି ଜଗତପୁର ଥାନା ପାଗାଛକ ନିକଟରେ। ଗୋପୀନାଥପୁର ରୁ ପାଗା ଦେଇ ଏକ ପିକଅପ ବୋଝେଇ ହାର୍ଡ କୋକ ଯାଉଥିବା ବେଳେ କୌଣସି ସୂତ୍ରରୁ ଜଗତରପୁର ପୋଲିସ ଖବରପାଇ ପାଗାଛକ ନିକଟରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ନେତୃତ୍ୱରେ ପାଗା ଫାଣ୍ଡି ଅଧିକାରୀ ହାର୍ଡକୋକ ସହ ପିକଅପ ଭ୍ୟାନ ଜବତ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଧନେଶ୍ୱର ସାହୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଏହି ଘଟଣାରେ ପୋଲିସ ମଧ୍ୟ ଏକ ବାଇକକୁ ଜବତ କରି ଥାନାକୁ ଆଣିଛି। ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More