ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ

8

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ୨୦ରୁ ୨୫ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ମହିଳାଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜେନାପୁରର ସୁନିତା ଓଝା(୩୦) । ଏନେଇ ପୁଲିସ ଏକ ମାମଲା(ନଂ-୭୪/୨୩) ରୁଜୁ କରି ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁନିତା ଓଝା ଏବଂ ତାଙ୍କ ସ୍ୱାମୀ ଅକ୍ଷୟ ଓଝା ଚୁଡ଼ଙ୍ଗ ସାହିରେ ଭଡ଼ା ଘରେ ରହୁଥିଲେ । ଏହି ସମୟରେ ସ୍ଥାନୀୟ କେତେକ ଲୋକଙ୍କ ଠାରୁ ଟଙ୍କା ନେଇ ବାହାର ଲୋକଙ୍କୁ ସୁଧରେ ଲଗାଉଥିଲେ । ପରେ ସେହି ଟଙ୍କାକୁ ସୁଧ ସହ ଫେରସ୍ତ କରୁଥିଲେ । ଏଭଳି କରି ସେ ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା ନେଇଯାଇଥିଲେ । ଗତ ୪ମାସ ତଳେ ସୁନିତା ଓ ତାଙ୍କ ସ୍ୱାମୀ ହଠାତ୍ ପୁରୀ ଛାଡ଼ି ପଳାଇଯାଇଥିଲେ । ଯେଉଁମାନେ ସେମାନଙ୍କୁ ଟଙ୍କା ଦେଇଥିଲେ ଏକଥା ଶୁଣି ହତାସ ହୋଇପଡ଼ିଥିଲେ । ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା ସୁନିତା ପାଖରେ ଥିଲା । ଏନେଇ ଚୁଡ଼ଙ୍ଗ ସାହିର ଜଣେ ବ୍ୟକ୍ତି ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ୪ମାସ ପରେ ସୁନିତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More