ଭୁବନେଶ୍ବର (ସଂଘର୍ଷ ମିଡିଆ ): କେନ୍ଦ୍ର ସରକାରଙ୍କ ଲକ୍ଡ଼ାଉନ କଟକଣା କୋହଳ ହେବା ପରେ ଭୁବନେଶ୍ବର ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ପୂର୍ଣ୍ଣ ପାଳନ କରାଯିବ ଏବଂ ଆବଶ୍ୟକ ହେଲେ କେବଳ ଦିନବେଳେ ବିମାନ ଉଡ଼ାଣ ହେବ । ରାତିରେ କୌଣସି ବିମାନ ଚଳାଚଳ କରାଯିବ ନାହିଁ । ଯାତ୍ରୀଙ୍କ ଗହଳି କମାଇବା ପାଇଁ ପ୍ରତି ଘଣ୍ଟାରେ ଅତିବେଶୀରେ ଦୁଇଟି ବିମାନ ଉଡ଼ାଣ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ବିମାନ ଚଳାଚଳ ଓ ବିମାନବନ୍ଦରରେ ସାମାଜିକ ଦୂରତ୍ବକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ଏବଂ ପ୍ରବେଶପ୍ରସ୍ଥାନ ନେଇ କଟକଣା ରହିବ । ମିଳିଥିବା ସୂଚନା ଅନୁସାରେ ଯାତ୍ରୀମାନେ ଅନ୍ୟୂନ ୨ ଗଜ ଦୂରତାରେ ବସିବେ ଏବଂ ହାତ ଧୋଇବା ନିମନ୍ତେ ବିମାନବନ୍ଦରରେ ସାନିଟାଇଜର ବ୍ୟବସ୍ଥା କରାଯିବ ।