ଲକ୍ଡ଼ାଉନ କଟକଣା ରାଜଧାନୀ ଭୁବନେଶ୍ଵରରେ ବଳବତ୍ତର ରହିବ

18

Get real time updates directly on you device, subscribe now.

ଭୁବନେଶ୍ବର (ବ୍ୟୁରୋ) : ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଲାଗୁ ହେବ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ । ରାଜ୍ୟର ଅନ୍ୟାନ୍ୟସ୍ଥାନ, ଗ୍ରାମାଞ୍ଚଳ ନିମନ୍ତେ ସରକାର କିଛି କୋହଳ ମନୋଭାବ ପୋଷଣ କରିଛନ୍ତି । କୃଷି, ମାଛଚାଷ, ବିଭିନ୍ନ ସରକାରୀ ଯୋଜନାର ଗୃହନିର୍ମାଣ ଆଦି କିଛି କ୍ଷେତ୍ରରେ କାର୍ଯ୍ୟ କରାଯିବା ପାଇଁ ସରକାର ସର୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ରାଜଧାନୀବାସୀଙ୍କୁ ତ୍ରାହିନାହିଁ । ପୂର୍ବରୁ ରହିଥିବା କଟକଣା ରାଜଧାନୀ ଭୁବନେଶ୍ବରରେ ବଳବତ୍ତର ରହିବ। କେବଳ ରାଜଧାନୀ ନୁହେଁ, ଏହାର ନିକଟବର୍ତୀ କିଛି ପଞ୍ଚାୟତ ମଧ୍ୟ ଏଥିରେ ସାମିଲ ହେବ । ସାରା ରାଜ୍ୟରେ ଯେତେ କରୋନା ସଂକ୍ରମିତ ଠାବ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ସବୁଠାରୁ ବେଶୀ ଚିହ୍ନଟ ହୋଇଛନ୍ତି ଭୁବନେଶ୍ବରରେ । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More