ଲକଡାଉନରେ ଲଜ୍ଜା: ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

27

Get real time updates directly on you device, subscribe now.

ବ୍ରଜରାଜନଗର ( ସଂଘର୍ଷ ମିଡିଆ ) : ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ବରପାଲି-ତବଲାମାଲ ଅଞ୍ଚଳରେ ଜଣେ ସାଢ଼େ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟାଟି ତା ମାମୁଘରେ ରହୁଥିବାବେଳେ ଗତ ୧୯ ତାରିଖ ଦିନ ଜଣେ ସମ୍ପର୍କୀୟ ତାଙ୍କୁ ଦୁଷ୍କର୍ମ କରିଛି। ମଙ୍ଗଳବାର ଘଟଣା ସମ୍ପର୍କରେ ନାବାଳିକା ଜଣକ ନିଜ ମାଉସୀଙ୍କୁ କହିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ରାତିରେ ପୁଲିସ ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କରିଥିଲା। ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଚଳାଇଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More