ରୌଦ୍ର ତାପରେ ଜଳୁଛି ନରସିଂହପୁର

10

Get real time updates directly on you device, subscribe now.

ନରସିଂହପୁର (ସଂଘର୍ଷ ମିଡିଆ) : ନରସିଂହପୁର ବ୍ଲକ ଏବେ ଜଳୁଛି ।।ନରସିଂହପୁରରେ ଦିନକୁ ଦିନ ଖରାର ପ୍ରକୋପ ଏବେ ଏକଚାଲିସି ଡିଗ୍ରୀ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାର ଦେଖାଦେଇଛି । ସେପଟେ ରାଜ୍ୟ ସରକାର 16 ତାରିଖ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ଛୁଟି ଘୋଷଣା କରିବା ପରେ କିନ୍ତୁ ନରସିଂହପୁର ବ୍ଲକ ରେ ଥିବା ନରସିଂହପୁର ମହାବିଦ୍ୟାଳୟ କାନପୁର ବିଦ୍ୟାଳୟ ଓ ଚମ୍ପେଶ୍ୱର ମହାବିଦ୍ୟାଳୟ ଗୁଡିକ ବାଦ ପଡିଛନ୍ତି ।ଏମାନେ କଣ ଛାତ୍ର ଛାତ୍ରୀରେ ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।ଏହାକୁ ନେଇ ମହାବିଦ୍ୟାଳୟ ରେ ଅଶାନ୍ତି ଦେଖାଦେଇଛି । ବ୍ଲକ ପ୍ରଶାସନିକ ସ୍ତରରେ କୌଣସି ଜାଗାରେ ଜଳଛତ୍ର ଖୋଲା ଯାଇ ନାହି । ଯାହାକୁ ନେଇ ଜନସାଧାରଣଙ୍କ ମନରେ ଅଶାନ୍ତି ଦେଖା ଯାଇଛି । ପ୍ରବଳ ଖରାରେ ଦିନ 10 ଟା 5 ସମୟ ପର୍ଯ୍ୟନ୍ତ ଘରୁ ବାହାରିବା ସମ୍ଭବ ହେଉନାହିଁ।ଏନେଇ ବ୍ଲକ ବିଡିଓଙ୍କ ସହ ଯୋଗାଯୋଗ ହୋଇଥିଲେ ସୁଦ୍ଧା ଜଳଛତ୍ର ଖୋଲିବ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି ।ହାଟ ଛକ ଠାରେ ଥିବା ବିଶୁଦ୍ଧ ପାନୀୟ ଜଳ ଖରାପ ହୋଇ ପଡିଛି ତାକୁ ମଧ୍ୟ ଠିକି କରାଯିବ ବୋଲି ସୂଚନା ଦେଇଥିଲେ।ବ୍ଲକ ଅଧକ୍ଷା ସସ୍ମିତା ଜେନା । ତେବେ ଦେଖିବାକୁ ବାକି ରହିଲା କେବେ ଏ ପ୍ରଚଣ୍ଡ ଖରାରୁ ମୁକ୍ତି ମିଳୁଚି ଜନସାଧରଙ୍କୁ । ସେପଟେ ମହାବିଦ୍ୟାଳୟର ପରୀକ୍ଷା ଚାଲିଛି ଓ ପାଠ ପଛୁଆ ଥିବାରୁ କ୍ଲାସ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More